ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ କୋର୍ଟ ଚାଲାଣ

କୋରେଇ,୫ା୧୧(ସ୍ବ.ପ୍ର.): ପାଣିକୋଇଲି ପୋଲିସ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ସୋମବାର ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣଙ୍କ ପୂର୍ଣ୍ଣ ମଲିକ। ପ୍ରକାଶ ଯେ, ଗତ ଗୁରୁବାର ଥାନା ଅଞ୍ଚଳର ଜଣେ ନାବାଳିକା ସ୍କୁଲରୁ ଫେରିବା ବେଳେ ପୂର୍ଣ୍ଣ ଘରକୁ ଡାକି ନେଇ ବଳାତ୍କାର କରିଥିଲେ। ଏ ସମ୍ପର୍କରେ କହାରିକୁ କହିଲେ ଜୀବନରୁ ମାରିଦେବାକୁ ନାବାଳିକାଙ୍କୁ ଧମକ ଦେଇଥିଲେ। ଶୁକ୍ରବାର ପରିବାରଲୋକେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୨୧୩/୧୯) ରୁଜୁକରି ପୂର୍ଣ୍ଣଙ୍କୁ ଗିରଫ କରିଥିଲା।