ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

କପ୍ତିପଦା,୩ା୧୨(ଡ଼ିଏନ୍‌ଏ) – ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଶରତ ଥାନା ଅଞ୍ଚଳରେ ଜନୈକା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ତଦନ୍ତ କରି ନାବାଳିକାଙ୍କ ଜଣେ ସମ୍ପର୍କୀୟଙ୍କୁ ପୋଲିସ ସୋମବାର ଗିରଫ ପରେ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଲେ ଦୁମ୍ବି ଶିଂବାନରା ା ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ସ୍ତ୍ରୀ ବାପଘରକୁ ଯାଇଥିବାବେଳେ ରାତିରେ ସେ ନାବାଳିକାଙ୍କୁ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ ଗ୍ରାମବାସୀ ଜାଣିବା ପରେ ଶରତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଅଭିଯୁକ୍ତଙ୍କୁ ତାଙ୍କ ଶ୍ୱଶୁର ଘର ନିକଟରୁ ଗିରଫ କରିଛି। ପୀଡ଼ିତାଙ୍କ ମାଆ ପୂର୍ବରୁ ମୃତ୍ୟୁବରଣ କରିଥିବାବେଳେ ବାପା ବାହାରେ ରହି କାମ କରନ୍ତି। ତେଣୁ ୨ବର୍ଷ ହେବ ନାବାଳିକା ଜଣକ ଉକ୍ତ ସମ୍ପର୍କୀୟଙ୍କ ଘରେ ରହୁଥିଲେ।

Share