ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତ ଗିରଫ

ବରଗଡ଼ ଅଫିସ୍‌,୨୧।୪: ବରଗଡ଼ ଜିଲା ବୁଡ଼େନ ଥାନା ଅଞ୍ଚଳରେ ଜଣେ ନାବାଳିକା(୧୫)ଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଜଣେ ଅଭିଯୁକ୍ତ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଜଣକ ହେଲେ, ବୁଡ଼ାମାଲ ଗ୍ରାମର ପ୍ରକାଶ ବରିହା (୧୯) । ବୁଡ଼େନ ଥାନା ପୋଲିସ ତାଙ୍କ ବିରୋଧରେ ଦଫା ୩୭୬, ୪,୮ ପୋକ୍‌ସୋ ଆକ୍ଟରେ ଏକ ମାମଲା(ନଂ-୫୩/୨୦) ରୁଜୁ କରିଛି। ମଙ୍ଗଳବାର ଅଭିଯୁକ୍ତ ପ୍ରକାଶଙ୍କୁ ପୋଲିସ ଗିରଫ କରି ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।