Advertisement
Categories: ଯାଜପୁର

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ଜଣେ କୋର୍ଟ ଚାଲାଣ

ବିଞ୍ଝାରପୁର,୧୪ା୭(ଡି.ଏନ.ଏ.)- ବିଞ୍ଝାରପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ କରିନେଇ ବଳାତ୍କାର କରିଥିବା ଅଭିଯୋଗରେ ରବିବାର ପୋଲିସ ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ହେଲେ ବିଞ୍ଝାରପୁର ଥାନା ଅନ୍ତର୍ଗତ ଢିହକୁଳ ଗ୍ରାମର ମାଇଁଆ ମଲ୍ଲିକ। ପ୍ରକାଶ ଯେ, ଦୀର୍ଘଦିନ ହେବ ମାଇଁଆ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିଲା। ତେବେ ଗତ ୮ ତାରିଖରେ ନାବାଳିକାଙ୍କୁ ଅପହରଣ କରି ଫେରାର ହୋଇଯାଇଥିଲେ। ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଅଳକୁଣ୍ଡ ଫାଣ୍ଡିରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ. ୧୫୬/୧୯) ରୁଜୁ କରି ତଦନ୍ତ ଜାରି ରଖିଥିଲା। ଏହି ଘଟଣାରେ ପୋଲିସ ଛାନଭିନ୍‌ କରି ଶନିବାର ଆଉଁରି ଅଞ୍ଚଳରୁ ମାଇଁଆଙ୍କୁ ଗିରଫ କରିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel