ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ

ଗଞ୍ଜାମ,୧୪ା୬(ଡି.ଏନ୍‌.ଏ.)- ଗଞ୍ଜାମ ବ୍ଲକ ରମ୍ଭା ଥାନା ଅଞ୍ଚଳର ଏକ ଗ୍ରାମରେ ଜଣେ ନାବାଳିକାଙ୍କୁ ବଳାତ୍କାର ନେଇ ରମ୍ଭା ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣଙ୍କ ହେଲେ ଖଲ୍ଲିକୋଟ ବ୍ଲକ କେଶପୁର ଅଞ୍ଚଳର ଜଣେ ଶିକ୍ଷକ। ସୂଚନାନୁଯାୟୀ ଶିକ୍ଷକଙ୍କ ଭଉଣୀ ନାବାଳିକାଙ୍କ ଘର ନିକଟରେ ବିବାହ କରିଛନ୍ତି। ଶିକ୍ଷକ ଜଣକ ଭଉଣୀ ଘରକୁ ଯାଇଥିବାବେଳେ ନାବାଳିକା (୧୪ବର୍ଷ)ଙ୍କ ସହ ସମ୍ପର୍କ ସ୍ଥାପନ ହୋଇଥିଲା। ମୋବାଇଲରେ କଥା ହୋଇ ଗତ ୧୨ ତାରିଖରେ ଦୁହେଁ ନିକଟସ୍ଥ ପାହାଡ ନିକଟକୁ ଯାଇଥିଲେ। ନାବାଳିକାର ସମ୍ପର୍କୀୟ ଭାଇ ସନ୍ଦେହରେ ସେମାନଙ୍କ ପିଛା କରିଥିଲେ। ପାହାଡ ନିକଟରେ ଶିକ୍ଷକ ଓ ସମ୍ପୃକ୍ତ ନାବାଳିକାଙ୍କୁ ଅସଞ୍ଜତ ଅବସ୍ଥାରେ ଦେଖିଥିଲେ। ଏନେଇ ନାବାଳିକାଙ୍କ ମା’ଙ୍କୁ ଜଣାଇବା ପରେ ସେ ରବିବାର ରମ୍ଭା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଅଭିଯୁକ୍ତ ଶିକ୍ଷକ ବିବାହିତ ବୋଲି ଜଣାପଡିଛି।

Share