ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ: ବୃଦ୍ଧ ଗିରଫ

କେନ୍ଦୁଝର, ୧୪ା୮ (ସ୍ବ.ପ୍ର./ଡି.ଏନ.ଏ.): ସଦର ଥାନା ଅନ୍ତର୍ଗତ ଅଞ୍ଚଳରେ ଜଣେ ୪ର୍ଥ ଶ୍ରେଣୀ ରେ ପଢୁଥିବା ୯ ବର୍ଷର ଛାତ୍ରୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଜଣେ ବୃଦ୍ଧଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି । ତାଙ୍କ ନାମ ଚୈତନ୍ୟ ମହାନ୍ତ(୫୫)। ସେ ସମ୍ପର୍କୀୟ ଜେଜେ ବାପା ହେବେ ବୋଲି ଜଣାପଡିଛି । ଘଟଣାଟି ମଙ୍ଗଳବାର ଅପରାହ୍ନରେ ଘଟିଥିଲା। ଛାତ୍ରୀ ଜଣକ ସ୍କୁଲରୁ ଫେରି ଖାଇପିଇ ଖେଳିବାକୁ ଘର ପାଖକୁ ଯାଇଥିଲେ। ଏହି ସମୟରେ ଚୈତନ୍ୟ ତାଙ୍କୁ ଛେଳି ବାନ୍ଧି ଦେବାକୁ ଘରକୁ ଡାକି ସେଠାରେ ତାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ଲୋକ ଥାନାରେ ମଙ୍ଗଳବାର ସନ୍ଧ୍ୟାରେ ଏତଲା ଦେବା ପରେ ବୁଧବାର ପୋଲିସ ଅଭିଯୁକ୍ତ ଚୈତନ୍ୟଙ୍କୁ ଗିରଫ କରିଛି। ପରେ ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ ପ୍ରକାଶ କରିଛନ୍ତି।

Share