Categories: ଜାତୀୟ

ନାବାଳିକାଙ୍କୁ ବଳାତ୍କାର: ଅଭିଯୁକ୍ତଙ୍କୁ ୧୧ ଥର ଚପଲ ମାଡ଼ ଏବଂ ୫ ଲକ୍ଷ ଜରିମାନା ଦଣ୍ଡରେ ଦଣ୍ଡିତ କଲା ପଞ୍ଚାୟତ

ପାଟନା,୨୫।୮: ବିହାର ରାଧୋପୁର ସ୍ଥିତ ରସୁଖଦାର ଗଣେଶ ସ୍ବର୍ଣ୍ଣକାରରେ ଘଟିଛି ଏକ ଅଭାବନୀୟ ଘଟଣା। ୧୧ ବର୍ଷ ବୟସ୍କ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯିବା ଘଟଣାରେ ପୋଲିସ କୌଣସି ଫଇସଲା ନେବାକୁ ମନା କରିବାରୁ ଏହାର ବିଚାର ପଞ୍ଚାୟତରେ ହୋଇଛି। ଗାଁ ସ୍କୁଲ ପରିସରରେ ପଞ୍ଚାୟତ ବୈଠକ ବସିଥିଲା। ତେବେ ଅଭିଯୁକ୍ତ ଆସି ନ ଥିଲେ। ଶେଷରେ ପଞ୍ଚାୟତ ପକ୍ଷରୁ ଅଭିଯୁକ୍ତଙ୍କୁ ୧୧ ଥର ଚପଲ ମାଡ଼ ଏବଂ ୫ ଲକ୍ଷ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି। ଏନେଇ ଅଭିଯୁକ୍ତ ପରିବାର ବର୍ଗଙ୍କୁ ଜଣାଇ ଦିଆଯାଇଛି।

Share