ନାବାଳିକାଙ୍କୁ ବଳାତ୍କାର, ଜଣେ ଗିରଫ

ଆସିକା,୨୨ା୧୦(ଡି.ଏନ୍‌.ଏ.)- ଗାଙ୍ଗପୁର ଥାନା ଇଲାକାରେ ଜଣେ ୧୩ ବର୍ଷର ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୋଲିସ ସୋମବାର ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ମଙ୍ଗୁଳୁ ନାୟକ (୨୨)। ସୋମବାର ପୋଲିସ ଉଭୟ ପୀଡିତା ଓ ଅଭିଯୁକ୍ତଙ୍କୁ ସରକାରୀ ଡାକ୍ତରଖାନାରେ ଡାକ୍ତରୀମାଇନା କରିଛି। ପରିବାରର ସଦସ୍ୟଙ୍କ ଅନୁପସ୍ଥିତିରେ ଯୁବକ ଜଣକ ଘରେ ପଶି ସମ୍ପୃକ୍ତ ନାବାଳିକାଙ୍କୁ ବଳାତ୍କାର କରିଥିବା ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିବା ପରେ ଘଟଣା ସମ୍ପର୍କରେ ଗାଙ୍ଗପୁର ଥାନାରେ ନଂ.୧୯୩/୧୯ରେ ଏକ ମାମଲା ରୁଜୁ କରାଯାଇଛି। ମଙ୍ଗଳବାର ଗିରଫ ଅଭିଯୁକ୍ତଙ୍କୁ ବ୍ରହ୍ମପୁରସ୍ଥିତ ପୋକ୍‌ସୋ ଅଦାଲତରେ ହାଜର କରାଯିବ ବୋଲି ଥାନା ଅଧିକାରୀ ଧୀରେଶ କୁମାର ନାୟକ ସୂଚନା ଦେଇଛନ୍ତି।

Share