ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ

ଯୋଡ଼ା, ୧୯।୪ (ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅଞ୍ଚଳର ଜଣେ ୬ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର ପରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଏନେଇ ଏକ ମାମଲା (ନଂ.୪୮/୨୦୨୦) ରୁଜୁ କରି ହତ୍ୟାକାଣ୍ଡରେ ସଂପୃକ୍ତ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହି ଘଟଣାରେ ଅଭିଯୁକ୍ତ ନାବାଳକଙ୍କ ସମେତ ଆଉ କେତେକ ଲୋକ ସଂପୃକ୍ତ ଥିବା ସନ୍ଦେହ କରି ତଦନ୍ତ କରାଯାଉଥିବା ଓଆଇସି ଅମିତାଭ୍‌ ଦାସ କହିଛନ୍ତି।
ପୋଲିସ ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନରେ ସମ୍ପୃକ୍ତ ନାବାଳିକାଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଜଣେ ନାବାଳକ ଗ୍ରାମ ନିକଟ ଜଙ୍ଗଲକୁ ଡାକି ନେଇ ସେଠାରେ ବଳକତ୍ାର କରିଥିଲେ। ପରେ ତାଙ୍କୁ ଏକ ବାଡିରେ ପିଟି ହତ୍ୟା କରାଯାଇଥିବା ନେଇ ସନ୍ଧ୍ୟାରେ ନାବାଳିକାଙ୍କ ପରିବାର ଲୋକେ ବାମେବାରୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ବଡବିଲ୍‌ ଏସଡିପିଓ ସତ୍ୟ ବିକାଶ ଭୂୟାଁ, ଯୋଡା ଆଇଆଇସି ରାଇସେନ୍‌ ମୁର୍ମୁ, ବାମେବାରୀ ଥାନା ଓଆଇସି ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ କରିବା ସହିତ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି।

Share