ନାବାଳିକାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ: କଲେଜ ଛାତ୍ର ଗିରଫ

ପୁରୁଣା ଭୁବନେଶ୍ୱର/ପିପିଲି,୧୮ା୧୧(ଡି.ଏନ.ଏ.): ପିପିଲି ଥାନା ଅଞ୍ଚଳରେ ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିବା ଅଭିଯୋଗରେ ପୋଲିସ ଜଣେ କଲେଜ ଛାତ୍ରଙ୍କୁ ରବିବାର ଗିରଫ କରିଛି। କଲେଜ ଛାତ୍ରଙ୍କ ଘର ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଞ୍ଚଳରେ। ପୋଲିସ ସୂଚନା ମୁତାବକ, ଛାତ୍ର ଜଣକ ନିଜ ପରିବାର ସହ ପିପିଲି ଥାନା ଅଞ୍ଚଳରେ ୧୦ ବର୍ଷ ଧରି ରହି ଆସୁଥିଲେ। ସେ ସ୍ଥାନୀୟ ଏକ ଘରୋଇ କଲେଜରେ ପଢନ୍ତି। ଭାଇରାଲ ହୋଇଥିବା ନାବାଳିକା ଜଣକ ମଧ୍ୟ ତାଙ୍କ ସହ ଏକା ଶ୍ରେଣୀରେ ପଢନ୍ତି। ଅଭିଯୁକ୍ତ ଛାତ୍ରଙ୍କ ଭାଇ ନାବାଳିକାଙ୍କ ସହ ୯ମ ଶ୍ରେଣୀରୁ ପ୍ରେମ କରି ଶାରୀରିକ ସମ୍ପର୍କ ରଖି ଆସୁଥିଲେ। ସେ ନାବାଳିକାଙ୍କ ଦୁର୍ବଳତାର ସୁଯୋଗ ନେଇ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଉତ୍ତୋଳନ କରି ମୋବାଇଲରେ ରଖିଥିଲେ। ୨ବର୍ଷ ଧରି ଅଭିଯୁକ୍ତ ଛାତ୍ରଙ୍କ ଭାଇ ଆନ୍ଧ୍ରରେ ରହି ଯାଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଛାତ୍ର ତାଙ୍କ ଭାଇଙ୍କ ମୋବାଇଲରୁ ନାବାଳିକାଙ୍କ ଫଟୋ, ଭିଡିଓ ଆଣି ତାଙ୍କୁ ଦେଖାଇ ଶାରୀରିକ ସମ୍ପର୍କ ପାଇଁ କହିଥିଲେ। ମାତ୍ର ସେ ମନା କରିବାରୁ ଛାତ୍ର ଜଣଙ୍କ ଭିଡିଓ ଭାଇରାଲ କରିଥିଲେ। ଏ ନେଇ ପୋଲିସ ଦଫା ୩୭୬, ପୋସ୍କୋ ଆକ୍ଟରେ ନଂ. ୨୯୪/୧୯ରେ ମାମଲା ରୁଜୁ କରିଥିଲା। ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। ସୋମବାର ଅଭିଯୁକ୍ତ ଛାତ୍ରଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ଶରତ ଚନ୍ଦ୍ର ସାହୁ କହିଛନ୍ତି।

Share