ନାବାଳିକାଙ୍କ ଆକସ୍ମିକ ମୃତ୍ୟୁ, କାରଣ ଅସ୍ପଷ୍ଟ

ଯୋଡ଼ା,୨୨।୫(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ବନେଇକଳା ଠାରେ ଜଣେ ନାବାଳିକାଙ୍କ ଆକସ୍ମିକ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସୂତ୍ରରୁ ଜଣାପଡ଼ିଛି ଯେ, ବନେଇକଳା ବସ୍ତିରେ ରହୁଥିବା କିଶୋରଚନ୍ଦ୍ର ପାତ୍ରଙ୍କ ୧୩ବର୍ଷର ନାବାଳିକା ଝିଅ ମୋନାଲିସା ପାତ୍ର ବୁଧବାର ସକାଳ ସମୟରେ ଦାନ୍ତ ଘଷୁଥିବା ବେଳେ ହଠାତ୍‌ ରକ୍ତବାନ୍ତି କରି ତଳେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଯୋଡ଼ାସ୍ଥିତ ଟାଟାଷ୍ଟିଲ ଡାକ୍ତରଖାନାକୁ ନେଇଥିଲେ ହେଁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଯୋଡ଼ା ପୋଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ.୧୩/୨୦୧୯) ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ନାବାଳିକା ମୋନାଲିସା କାଳିଆବେଡ଼ାସ୍ଥିତ ଆଦର୍ଶ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିଲେ। ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମୋନାଲିସା ପୂର୍ବରୁ ଅସୁସ୍ଥ ଥିବା ତାଙ୍କ ବାପା କିଶୋର ଚନ୍ଦ୍ର ପାତ୍ର କହିଛନ୍ତି।

Share