ନାବାଳିକାଙ୍କ ଆତ୍ମହତ୍ୟା, ଯୁବକଙ୍କୁ ହତ୍ୟା ଅଭିଯୋଗ

ଜଗତ୍‌ସିଂହପୁର ଅଫିସ,୧୨ା୨: ମାତ୍ର ୨ କିଲୋମିଟର ବ୍ୟବଧାନରେ ଜଣେ ୧୪ବର୍ଷର ନାବାଳିକା ଓ ଜଣେ ଯୁବକଙ୍କ ମୃତଦେହ ପୃଥକ ସ୍ଥାନରୁ ଉଦ୍ଧାର କରାଯାଇଛି। ନାବାଳିକା ଜଣଙ୍କ ବାଲିକୁଦା ଥାନା ଅନ୍ତର୍ଗତ ଚଷାପଡ଼ାର ବୋଲି ଜଣାପଡ଼ିଛି। ଯୁବକ ଜଣଙ୍କ ଥାନା ଅଧୀନ ବରିପଡ଼ାର ବିରଜା ପ୍ରସାଦ ସ୍ବାଇଁ। ନାବାଳିକା ତାଙ୍କ ଘରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ବିରଜାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟା ରୂପ ଦେବା ପାଇଁ ଗଛରେ ଝୁଲାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ମୃତ୍ୟୁ ଉପରେ ଜଗତ୍‌ସିଂହପୁର ଥାନାରେ ଅପମୃତ୍ୟୁ ମାମଲା ନଂ-୮/୨୦ରୁଜୁ ହୋଇଛି। ବିରଜାଙ୍କ ବାପା ଉପେନ୍ଦ୍ରଙ୍କ ଅଭିଯୋଗ ଉପରେ ପୋଲିସ ଦଫା ୩୦୨/୨୦୧ ଆଇପିସିରେ ମାମଲା ସଂଖ୍ୟା ୫୩/୨୦ ରୁଜୁ କରି ତଦନ୍ତ ଜାରି ରଖିଛି।
ଏସମ୍ପର୍କରେ ଥାନା ଆଇଆଇସି ରଜନୀକାନ୍ତ ମିଶ୍ର କହିଛନ୍ତି, ନାବାଳିକା ଆତ୍ମହତ୍ୟା ଉଦ୍ୟମ କରିଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି। ଯେହେତୁ ନାବାଳିକା ବଞ୍ଚତ୍ଥିଲେ ତେଣୁ ପରିବାର ଲୋକେ ତାଙ୍କୁ ସଙ୍ଗେସଙ୍ଗେ ଜିଲା ମୁଖ୍ୟ ଚିକିତ୍ସାଳୟ ନେଇ ଯାଇଥିଲେ। କିନ୍ତୁ ଚିକିତ୍ସାଳୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାତ୍ର ନାବାଳିକାଙ୍କ ମୃତଦେହକୁ ତାଙ୍କ ଘର ଲୋକେ ବ୍ୟବଚ୍ଛେଦ ନ କରି ଗାଁକୁ ନେଇ ଯାଇଥିଲେ। ପରବର୍ତ୍ତୀ ସମୟରେ ପୋଲିସ ନାବାଳିକାଙ୍କ ମୃତଦେହ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟ ନେଇଥିଲା। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସେହିପରି ବିରଜାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଅଭିଯୋଗ କଲାପରେ ଏହି ମାମଲାର ଗମ୍ଭିରତା ବଢିଯାଇଛି। ବିରଜାଙ୍କ ବାପା କରିଥିବା ଅଭିଯୋଗ ଅନୁଯାୟୀ, ସୋମବାର ରାତିରେ ବିରଜା ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା କିଛି ସୂଚନା ମିଳି ନ ଥିଲା। କିନ୍ତୁ ମଙ୍ଗଳବାର ସକାଳୁ ଖବର ମିଳିଲା ଯେ, ଗାଁଠାରୁ କିଛି ଦୂର ପଳାସ ଦଣ୍ଡାରେ ବିରଜାଙ୍କ ମୃତଦେହ ଝୁଲୁଛି। ତେଣୁ ବିରଜା ଆତ୍ମହତ୍ୟା ନୁହେଁ, ତାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ସନ୍ଦେହ କରୁଛନ୍ତି। ଯେଉଁ କାରଣରୁ ବିରଜାଙ୍କ ବାପା ହତ୍ୟା ଅଭିଯୋଗ କରିଛନ୍ତି। ତାଙ୍କ ବାପା କହିଛନ୍ତି, ବରିପଡ଼ାର ଜଣେ ଝିଅକୁ ବିରଜା ଭଲ ପାଉଥିଲେ। କିନ୍ତୁ ଏବେ ସମ୍ପୃକ୍ତ ଝିଅ ଜଗତ୍‌ସିଂହପୁରର ଆଉ ଜଣେ ପୁଅକୁ ଭଲ ପାଉଛନ୍ତି। ଏହି ଭଲ ପାଇବାକୁ ନେଇ କିଛି ଦିନ ପୂର୍ବରୁ ଜଗତ୍‌ସିଂହପୁର ମକର ମେଳାରେ ବିରଜା ଓ ଜଗତ୍‌ସିଂହପୁରର ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ତେଣୁ ବିରଜାଙ୍କୁ ଜଗତ୍‌ସିଂହପୁରର ଏହି ପୁଅ ହତ୍ୟା କରି ଗଛରେ ଟାଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। କିନ୍ତୁ ନାବାଳିକା ଓ ବିରଜା ଉଭୟ ଆତ୍ମହତ୍ୟା କରିଥିବା ସାଧାରଣରେ ଆଲୋଚନା ଚାଲିଛି। ଅଧିକ ତଦନ୍ତ ପରେ ସତ୍ୟାସତ୍ୟ ପଦାକୁ ଆସିବ ବୋଲି ଥାନା ଆଇଆଇସି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ା ଜିଲାରେ ପୁଣି ମାଓବାଦୀ ସକ୍ରିୟ: ୩ ଟିଫିନ୍‌ ବୋମା, ଗୋଟିଏ ପ୍ରେସର ବୋମା ନିଷ୍କ୍ରିୟ କଲା ପୋଲିସ

ରାୟଗଡ଼ା,୫।୫(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ପୁଣି ମାଓବାଦୀ ସକ୍ରିୟ ହୋଇଉଠିଛନ୍ତି। ମୁନିଗୁଡ଼ା ବ୍ଲକ୍‌ ଅମ୍ବାଦଳା ଥାନା ଅନ୍ତର୍ଗତ ଜଗଦଳପୁର ଅଞ୍ଚଳରେ ମାଓବାଦୀମାନେ ଖଞ୍ଜିଥିବା ୩...

ଓଏସଏସସି ବାତିଲ କଲା ପରୀକ୍ଷା, ମିଳିତ ନିଯୁକ୍ତି ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା

ଭୁବନେଶ୍ୱର,୫।୫: ଓଡ଼ିଶା ଷ୍ଟାଫ ସିଲେକସନ କମିଶନ (ଓଏସଏସସି) ସୋମବାର ଏପ୍ରିଲ ୨୭ରେ ଅନୁଷ୍ଠିତ ମିଳିତ ନିଯୁକ୍ତି ପରୀକ୍ଷା (ସିଆରଇ)କୁ ବାତିଲ କରିଛି। କମିଶନ ଘୋଷଣା କରିଛି...

ଭାରତ ସହ ଉତ୍ତେଜନା ପାକିସ୍ତାନର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବ: ମୁଡିଜ୍

ନୂଆଦିଲ୍ଲୀ,୫।୫: ପାକିସ୍ତାନ ସହ ଚାଲିଥିବା ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ, ବିଶ୍ୱ ରେଟିଂ ଏଜେନ୍ସି ମୁଡିଜ୍ କହିଛି ଯେ ଭାରତର ଅର୍ଥନୀତି ଏକ ଦୀର୍ଘସ୍ଥାୟୀ ଉତ୍ତେଜନା ସତ୍ତ୍ୱେ...

ଯୁଦ୍ଧରୁ ଦୂରେଇ ରୁହ ଭାରତ-ପାକିସ୍ତାନ…ଜାତିସଂଘ ପକ୍ଷରୁ ଆସିଲା ବଡ଼ ବୟାନ

ନୂଆଦିଲ୍ଲୀ,୫।୫: ଭାରତ-ପାକିସ୍ତାନ ଉତ୍ତେଜନା ମଧ୍ୟରେ, ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରେସ ଏକ ବଡ଼ ବୟାନ ଦେଇଛନ୍ତି। ସେ ଉଭୟ ଦେଶକୁ ସଂଯମତା ଅବଲମ୍ବନ କରିବାକୁ ଆହ୍ବାନ...

ଆଶିଷ ବିଜେଡିର ଜିଲା ସଭାପତି

କେନ୍ଦୁଝର,୫।୫(ନରେଶ ଚନ୍ଦ୍ର ପଟ୍ଟନାୟକ/ଦୀପକ ମିଶ୍ର): କେନ୍ଦୁଝର ଜିଲାର ଯୁବନେତା ଆଶିଷ ଚକ୍ରବର୍ତ୍ତୀଙ୍କୁ ବିଜୁ ଜନତା ଦଳର ସଭାପତିଭାବେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳର ନେତା...

ପୁରୀରେ ବିମାନ ବନ୍ଦରକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ

ଭୁବନେଶ୍ୱର,୫।୫: ପୁରୀରେ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ କେନ୍ଦ୍ର ସରକାର ନୀତିଗତ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ବିମାନ ବନ୍ଦର ହେବା ଫଳରେ ଭାରତର ପ୍ରମୁଖ...

ସାରା ବିଶ୍ୱକୁ ଦମ୍‌ ଦେଖାଇଲା ଭାରତ, ସମୁଦ୍ର ମଝିରେ MIGMର ସଫଳ ପରୀକ୍ଷଣ କରି…  

ନୂଆଦିଲ୍ଲୀ,୫।୫: ପାକିସ୍ତାନ ସହିତ ଉତ୍ତେଜନା ମଧ୍ୟରେ, ଭାରତ ପୁଣି ଥରେ ବିଶ୍ୱକୁ ନିଜର ଶକ୍ତି ଦେଖାଇଛି। ଭାରତୀୟ ନୌସେନା ଏବଂ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ...

ବିପଦରେ ଦେଶର ସମ୍ବିଧାନ, ସୁରକ୍ଷା ପାଇଁ ରାଜନୈତିକ ଦଳ-ଜନସାଧାରଣ ଲଢ଼େଇ କରିବାର ଆବଶ୍ୟକତା ରହିଛି: ପିସିସି ସଭାପତି 

ଦେବଗଡ, ୫ା୫ (ଶଶାଙ୍କ ଶେଖର ଝାଙ୍କର): କଂଗ୍ରେସ ପକ୍ଷରୁ ଦେବଗଡ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାବାର ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image