ନାବାଳିକା ଅପହରଣ ଅଭିଯୋଗ, ୩ ଅଟକ

ପଦ୍ମପୁର, ୨୧।୪ (ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ନାୟକାଣିଡିହୀ ଥାନା ପୋଲିସ ନାବାଳିକା ଅପହରଣ ଅଭିଯୋଗରେ ୩ ଯୁବକଙ୍କୁ ଅଟକ ରଖିଛି। ଲକ୍ଷ୍ମୀଦାସପୁର ଅଞ୍ଚଳରେ ଜଣେ ନାବାଳିକାଙ୍କୁ କେହି ଅପହରଣ କରି ନେଇଥିବା ତାଙ୍କ ବାପା ଗୁରୁବାର ଥାନାରେ ଅଭିଯୋଗ କରିଥିଲେ। ପୋଲିସ ବିଭିନ୍ନ ସ୍ଥାନରେ ଖାନତଲାସ କରିବା ସହ ଅପହରଣରେ ସମ୍ପୃକ୍ତି ସନ୍ଦେହରେ ୩ ଯୁବକଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ନାବାଳିକା ଓ ସନ୍ଦିଗ୍ଧ ଯୁବକଙ୍କ ମୋବାଇଲ ନମ୍ବର ଟ୍ରାକ୍‌ କରି ତଦନ୍ତକାରୀ ଅଧିକାରୀ ମହେଶ୍ୱର ପ୍ରଧାନ ଘଟଣାର ତଦନ୍ତ କରୁଛନ୍ତି।