ନାବାଳିକା ଅପହରଣ ଘଟଣା: ଏଯାବତ୍‌ ମିଳିନି ପତ୍ତା, ଥାନା ଘେରିଲେ ମହିଳା

ହାଟଡିହୀ,୨୮।୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗତ ୧୪ ତାରିଖରେ ଅପହରଣ କରାଯାଇଥିଲା। ଏ ନେଇ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗରେ ସେ କେତେ ଜଣ ଯୁବକଙ୍କ ନାମ ଦର୍ଶାଇଥିଲେ। ବିବାହ ପାଇଁ ବାପା ରାଜି ନ ହେବାରୁ ଝିଅକୁ ଅପହରଣ କରାଯାଇଥିବା ସେ ଅଭିଯୋଗ କରିଥିଲେ। ଅଭିଯୋଗ ହୋଇଥିବା ଜଣେ ଯୁବକଙ୍କ ବାପା ୪ ଦିନ ମଧ୍ୟରେ ନାବାଳିକାଙ୍କୁ ଖୋଜି ଥାନାରେ ଜିମା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏଯାବତ୍‌ ନାବାଳିକାଙ୍କ ପତ୍ତା ନ ମିଳିବାରୁ ଉକ୍ତ ଅଞ୍ଚଳର ମହିଳାମାନେ ମଙ୍ଗଳବାର ଥାନା ଘେରାଉ କରିଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି।