ନାବାଳିକା ଅପହରଣ, ବଳାତ୍କାର ମାମଲା: ଦୋଷୀଙ୍କୁ ୧୦ବର୍ଷ ସଶ୍ରମ ଜେଲ୍‌

ଫୁଲବାଣୀ ଅଫିସ,୧୬ା୧୨-ଜଣେ ନାବାଳିକାଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାର ବିଚାର କରି ସୋମବାର ଫୁଲବାଣୀ ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ବିଚାରପତି ସମର ବିଳାସ ବେହେରା ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୫ ହଜାର ଟଙ୍କା ଜରିମାନା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ଅନାଦେୟ ଅଧିକ ୬ ମାସ ଜେଲ ଭୋଗିବାକୁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଯୁବକ ହେଲେ ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କସଲା ଗ୍ରାମର ନିତ୍ୟାନନ୍ଦ ବେହେରା ା
୨୦୧୭ ଏପ୍ରିଲ ୧୦ ତାରିଖରେ ବାଲିଗୁଡ଼ା ଥାନା ଅଞ୍ଚଳର ଜଣେ ନାବାଳିକା ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରକୁ ଟିଭି ଦେଖିବାକୁ ଯାଇଥିଲେ ା ଲାଇନ୍‌ ଚାଲିଯିବାରୁ ଅନ୍ଧାରରେ ସେ ଘରକୁ ଫେରୁଥିଲେ। ଏହି ସମୟରେ ନିଜ ସାଙ୍ଗ ଘରକୁ ଯାଇଥିବା ନିତ୍ୟାନନ୍ଦ ତାଙ୍କୁ ଏକୁଟିଆ ପାଇ ରାସ୍ତାରୁ ଟେକି ନେଇ ନିକଟସ୍ଥ ଜଙ୍ଗଲରେ ବଳାତ୍କାର କରିଥିଲେ ା ଏହାପରେ ନାବାଳିକାଙ୍କୁ ନେଇ ପାଖରେ ଚାଲିଥିବା ଦଣ୍ଡନାଚ ସ୍ଥାନରେ ଛାଡ଼ି ଦେଇଥିଲେ ା ପରିବାର ଲୋକେ ଖୋଜାଖୋଜି କରି ଝିଅକୁ ଦଣ୍ଡନାଚ ସ୍ଥାନରୁ ପାଇଥିଲେ ା ନାବାଳିକା ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ପରଦିନ ଅର୍ଥାତ୍‌ ୧୧ ତାରିଖରେ ଦାଦା ବାଲିଗୁଡା ଥାନାରେ ଏତଲା ଦେଇଥିଲେ ା ପୋଲିସ ନଂ. ୪୯/୧୭ରେ ଏକ ମାମଲା ରୁଜୁ କରିବା ସହ ନିତ୍ୟାନନ୍ଦଙ୍କୁ ଗିରଫ କରିଥିଲା ା ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ ା

Share