Categories: ଗଞ୍ଜାମ

ନାବାଳିକା ଗର୍ଭବତୀ, ଅଭିଯୁକ୍ତ ଫେରାର

ବ୍ରହ୍ମପୁର ଅଫିସ,୪ା୭-କେ. ନୂଆଗାଁ ଥାନା ଇଲାକାରେ ଜନୈକା ନାବାଳିକାଙ୍କୁ ଭୟଭୀତ କରି ବାରମ୍ବାର ବଳାତ୍କାର କରିବା ପରେ ସେ ଗର୍ଭବତୀ ହେବା ଜାଣି ଅଭିଯୁକ୍ତ ଫେରାର୍‌ ହୋଇଯାଇଛନ୍ତି। ଏନେଇ ପୀଡିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ନଂ.୧୨୧/୧୯ରେ ଏକ ମାମଲା ରୁଜୁ କରିଛି। ପୀଡିତାଙ୍କ ମେଡିକାଲ ଟେଷ୍ଟ କରାଯାଇଛି। ସେ ୮ ମାସର ଗର୍ଭବତୀ ଥିବା ଡାକ୍ତର ରିପୋର୍ଟ ଅନୁଯାୟୀ ପୋଲିସ କହିଛି। ଅଭିଯୁକ୍ତ ଜଣଙ୍କ ଫେରାର ଥିବା ଚିକିଟି ଏସଡ଼ିପିଓ ସୁରେନ୍ଦ୍ରନାଥ ମୁର୍ମୁ କହିଛନ୍ତି।