ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗ, ଜଣେ କୋର୍ଟଚାଲାଣ

ଗୋପାଳପୁର,୨୭।୭- ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଅଭିଯୋଗରେ ଗୋଳନ୍ଥରା ପୋଲିସ ଜନୈକ ଯୁବକଙ୍କୁ ଶନିବାର ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଆସିକା ଥାନା ମାମୁଡ଼ିହ ଗ୍ରାମର ଶିବାନନ୍ଦ ନାୟକ (୨୨)। ଗତ ୨୩ ତାରିଖରେ ଜଣେ ନବମଶ୍ରେଣୀ ଛାତ୍ରୀ ବିଦ୍ୟାଳୟକୁ ଯାଉଥିବାବେଳେ ଶିବାନନ୍ଦ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିଲେ। ୨୪ରେ ଛାତ୍ରୀଙ୍କ ମା’ ଗୋଳନ୍ଥରା ଥାନାରେ ଅଭିଯୋଗ କରିବା ପରେ ନଂ.୧୮୦/୧୯ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଶିବାନନ୍ଦ ଭୁବନେଶ୍ୱରସ୍ଥିତ ସମ୍ପର୍କୀୟଙ୍କ ଘରେ ରହୁଥିବା ପୋଲିସ ସୂଚନା ପାଇଥିଲା। ଶୁକ୍ରବାର ଚଢାଉ କରି ଉଭୟଙ୍କୁ ଠାବ କରିଥିଲା। ଜଜ୍‌ଙ୍କ ସମ୍ମୁଖରେ ଛାତ୍ରୀଙ୍କ ବୟାନ ରେକର୍ଡ କରାଯିବା ସହ ଶିବାନନ୍ଦଙ୍କୁ ଶନିବାର ଅତିରିକ୍ତ ଜିଲା ଜଜ୍‌-୨ଙ୍କ ନିକଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି। ଛାତ୍ରୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାଣନ୍ତୁ ନବୀନଙ୍କୁ ଭେଟି କ’ଣ କହିଲେ ମନ୍ମମଥଙ୍କ ପତ୍ନୀ

ଭୁବନେଶ୍ୱର,୧୧।୩: ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ସୁର ରାଉତ ରାୟଙ୍କ ପୁଅ ମନ୍ମମଥ ନିକଟରେ ବିବାହ କରିଛନ୍ତି। ତେବେ ସେ ତାଙ୍କ ପତ୍ନୀଙ୍କୁ ନେଇ ବିଜେଡି...

୧୧ ବର୍ଷରେ ୩୮ ହାତେଇଛନ୍ତି ଜିଏ ପ୍ଲଟ

ଭୁବନେଶ୍ୱର,୧୧।୩ (ରବିନାରାୟଣ ଜେନା):ଗତ ୧୧ବର୍ଷ ମଧ୍ୟରେ ବିଏମ୍‌ସି ଅଞ୍ଚଳରେ ୩୮ ଜଣଙ୍କୁ ଜିଏ ପ୍ଲଟ ଆବଣ୍ଟନ କରାଯାଇଛି। ସେଥିମଧ୍ୟରେ ୧୩ଜଣ ବ୍ୟକ୍ତିବିଶେଷ ରହିଥିବାବେଳେ ୨୫ ଅନୁଷ୍ଠାନ...

ଟ୍ରାକରେ ଆମ୍ବୁଲାନ୍ସ ପଶିଯିବା ପରେ ମାମଲା ରୁଜୁ କଲା ରେଳବାଇ

ରାୟଗଡା,୧୧।୩: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍‌ ଶିକରପାଇ ଓ ଭାଲୁମସ୍କା ରେଳ ଷ୍ଟେଶନର ମଧ୍ୟବର୍ତ୍ତୀ ସ୍ଥାନରେ ସୋମବାର ଏକ ଆମ୍ବୁଲାନ୍ସ ଅନଧିକାର ଭାବରେ ରେଳ ଟ୍ରାକ...

ଦୁଇ ସାଙ୍ଗ ଘରକୁ ଫେରୁଥବା ବେଳେ ଘଟିଲା ଦୁର୍ଘଟଣା : ଜଣଙ୍କ ଆଗରେ ଚାଲିଗଲା ଆଉଜଣଙ୍କ ଜୀବନ

ଦିଗପହଣ୍ଡି,୧୧।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଗଙ୍ଗାପୁର ପଞ୍ଚାୟତ ନରସିଂହଗଡ଼ ଗ୍ରାମ ନିକଟସ୍ଥ ପିପିଲିଗୁଡ଼ା ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା।...

ବିବାହ ବନ୍ଧନରେ ଆବଦ୍ଧ ହେବେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ

ଭୁବନେଶ୍ୱର,୧୧।୩: ବିଜେଡି ନେତା ଏବଂ ପୂର୍ବତନ ନବରଙ୍ଗପୁର ସାଂସଦ ପ୍ରଦୀପ କୁମାର ମାଝୀ ମାର୍ଚ୍ଚ ୧୨ରେ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସୂତ୍ର ଅନୁସାରେ...

ବିଧାୟକଙ୍କୁ ସରକାରୀ କ୍ୱାର୍ଟର୍ସ ଚିନ୍ତା:ଅପେକ୍ଷାରେ ୨୩, ଛାଡ଼ୁନାହାନ୍ତି ୯

ଭୁବନେଶ୍ୱର,୧୧।୩ (ରବିନାରାୟଣ ଜେନା):ରାଜ୍ୟରେ ଭାଜପା ସରକାରକୁ ପ୍ରାୟ ୯ ମାସ ବିତିବାକୁ ବସିଲାଣି। ହେଲେ ଏପର୍ଯ୍ୟନ୍ତ ସମସ୍ତ ୧୪୭ ବିଧାୟକଙ୍କୁ ସରକାରୀ କ୍ୱାର୍ଟର୍ସ ମିଳିପାରି ନାହିଁ।...

ଆଜିଠାରୁ ଆରମ୍ଭ ହେବ ଲକ୍ଷପତି ଦିଦି କର୍ମଶାଳା

ଭୁବନେଶ୍ୱର,୧୧ା୩ (ବନ୍ଦନା ସେଠୀ): ରାଜ୍ୟର ସବୁ ଜିଲାରେ ମଙ୍ଗଳବାରଠାରୁ ଆରମ୍ଭ ହେବ ଲକ୍ଷପତି ଦିଦି କର୍ମଶାଳା। କେନ୍ଦ୍ର ସରକାରଙ୍କ ସହଭାଗିତାରେ ଓଡିଶା ଜୀବିକା ମିଶନ ମାଧ୍ୟମରେ...

ଧରିତ୍ରୀ ଲାଇଭ୍‌ ଖବରଦାତାଙ୍କୁ ଆକ୍ରମଣ: ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ ପରେ ଜାମିନ

ଭୁବନେଶ୍ୱର,୧୧।୩(ସତ୍ୟଜିତ୍‌ ରାଉତ): ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡା ରୋଡ୍‌ରେ ‘ଧରିତ୍ରୀ ଲାଇଭ୍‌’ ଖବରଦାତା ଦେବୀପ୍ରସାଦ ସାହୁଙ୍କୁ ଆକ୍ରମଣ ସହ ଗାଡ଼ି କ୍ଷତିଗ୍ରସ୍ତ କରି କ୍ୟାମେରା ଭାଙ୍ଗିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri