ନାବାଳିକା ଛାତ୍ରୀଙ୍କୁ ବଳାତ୍କାର: ଅଭିଯୁକ୍ତ ଶିକ୍ଷକ ଗିରଫ

ସମ୍ବଲପୁର, ୧୭।୭(ବ୍ୟୁରୋ): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଞ୍ଚଳରେ ଜଣେ ନାବାଳିକା ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ପରିବାରଲୋକଙ୍କ ଅଭିଯୋଗକ୍ରମେ ବାଉରୀଗୁଡ଼ା ସ୍କୁଲର ଶିକ୍ଷକ ପୁରୁଷୋତ୍ତମ ଖର୍ସେଲଙ୍କୁ ପୋଲିସ ଗିରଫ କରିଛି। ଏନେଇ ଥାନାରେ ମାମଲା(ନଂ ୧୬୩/୧୯) ରୁଜୁ ହୋଇଛି।

କୁଚିଣ୍ଡା ଥାନା ଅଞ୍ଚଳର ଏକ ଗ୍ରାମ ନିକଟରେ ଉକ୍ତ ଶିକ୍ଷକ ଏବଂ ଛାତ୍ରୀଙ୍କୁ ସ୍ଥାନୀୟ ଲୋକେ ନିଛାଟିଆ ସ୍ଥାନରେ ଦେଖିଥିଲେ। ଏହାର ଭିଡିଓ ଭାଇରାଲ ହୋଇଥିଲା। ଭିଡିଓ ଭାଇରାଲ ହେବା ପରେ ଛାତ୍ରୀଜଣଙ୍କ ତାଙ୍କୁ ବଳାତ୍କାର କରାଯାଇଥିବା ନେଇ ପରିବାରଲୋକଙ୍କୁ ଜଣାଇଥିଲେ। ଶେଷରେ ପରିବାରଲୋକେ ମଙ୍ଗଳବାର ଥାନାରେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ,ଅଭିଯୁକ୍ତ ପୁରୁଷୋତ୍ତମ ଓ ଛାତ୍ରୀଜଣଙ୍କ ଦୁହେଁ କଳାକାର। ଉଭୟ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ କରି ଭିଡିଓ ଛାଡ଼ୁଥିବା ଜଣାପଡ଼ିଛି।

Share