Categories: ଜାତୀୟ

ନାବାଳିକା ଝିଅଙ୍କୁ ବଳାତ୍କାର ପରେ ହତ୍ୟା ଘଟଣା: ଗୁଜରାଟରେ ଜଣେ ଓଡ଼ିଆଙ୍କୁ ଫାଶୀ ଦଣ୍ଡାଦେଶ

ସୁରଟ୍‌,୧୧ା୧(ପି.ଟି.): ନିଜର ନାବାଳିକା ଝିଅ(୧୪ଙ୍କୁ ବଳାତ୍କାର କରି ଗର୍ଭବତୀ କରିବା ପରେ ତଣ୍ଟିଚିପି ମାରିବା ଘଟଣାରେ ଗୁଜରାଟର ସ୍ପତନ୍ତ୍ର କୋର୍ଟ ଜଣେ ଓଡ଼ିଆଙ୍କୁ ଫାଶୀଦଣ୍ଡାଦେଶ ଦେଇଛନ୍ତି। ଅତିରିକ୍ତ ଜିଲା ଓ ସେସନ୍‌ ଜଜ୍‌ ପି.ଏସ୍‌. କାଲା ସୁରଟ୍‌ର ପାଣ୍ଡେସ୍ରାରେ ରହୁଥିବା ଟୁକୁନା ଦାସଙ୍କୁ ‘ରେୟାରେଷ୍ଟ ଅଫ୍‌ ରେୟାର’ ଅପରାଧ ମାମଲାରେ ଦୋଷୀ ସାବ୍ୟସ୍ତ କରି ଏଭଳି ଦଣ୍ଡାଦେଶ ଦେଇଛନ୍ତି। ମୃତକଙ୍କ ରକ୍ତନମୁନା ସହ ଟୁକୁନାଙ୍କ ଡିଏନ୍‌ଏ ଟେଷ୍ଟ ମେଳଖାଇବା ପରେ ପିଶାଚ ବାପାର ରାକ୍ଷସପଣ ଜଣାପଡ଼ିଥିଲା। ମିଳିଥିବା ସୂଚନା ଅନୁଯାୟୀ ଟୁକୁନା ଦ୍ୱିତୀୟ ସ୍ତ୍ରୀ (ମୃତ ନାବାଳିକା ଝିଅର ସାବତ ମା) ସହ ରହୁଥିବାବେଳେ ନାବାଳିକା ଝିଅକୁ କ୍ରମାଗତ ବଳାତ୍କାର କରିଆସୁଥିଲା। ନାବାଳିକା ଗର୍ଭବତୀ ହେବା କଥା ଦ୍ୱିତୀୟ ସ୍ତ୍ରୀ ଜାଣିଥିଲେ। ପରେ ନାବାଳିକା ଝିଅକୁ ରାସ୍ତାରୁ ହଟାଇବା ଲାଗି ଯୋଜନା କରିଥିଲେ। ନାବାଳିକା ଝିଅର ମରଶରୀର ୧୧ଦିନ ପରେ ଅର୍ଥାତ୍‌ ୨୦୧୭ ଜୁନ୍‌ ୩୦ରେ ସୁରଟ୍‌ସ୍ଥିତ ଡୁମାସ୍‌ ରୋଡ୍‌ ନିକଟ ନିଛାଟିଆ ଜାଗାରୁ ମିଳିଥିଲା।

Share