ନାବାଳିକା ଝିଅର ନିଖୋଜ ଘଟଣା: ଏସ୍‌ପିଙ୍କ ଦ୍ୱାରସ୍ଥ ହେଲେ ବାପା

ଆନନ୍ଦପୁର,୨୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଜନୈକ ନିଖୋଜ ନାବାଳିକାଙ୍କ ବାପା ଜିଲା ଆରକ୍ଷୀ ଅଧିକ୍ଷକ(ଏସ୍‌ପି)ଙ୍କ ଦ୍ୱାରସ୍ଥ ହୋଇଥିବା ଜଣାପଡିଛି। ଗତ ୧୮ ତାରିଖ ମଧ୍ୟାହ୍ନରୁ ନିଖୋଜ ହୋଇଯାଇଥିବା ନାବାଳିକାଙ୍କ ଏଯାବତ୍‌ ପତା ମିଳିନାହିଁ। ଘଟଣା ସମ୍ପର୍କରେ ନାବାଳିକାଙ୍କ ବାପା ଆନନ୍ଦପୁର ଥାନାରେ ନିଖୋଜ ହେବା ଦିନଠାରୁ ଅଭିଯୋଗ କରିଛନ୍ତି। ତେବେ ଆନନ୍ଦପୁର ପୋଲିସ ମାମଲା(ନଂ. ୧୯୯/୧୯) ରୁଜୁ କରି ତଦନ୍ତ ଚଳାଇଛି।