ନାବାଳିକା ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ

ଭୁବନେଶ୍ୱର,୫ା୩(ବ୍ୟୁରୋ): ପାହାଡରେ ଛେଳି ଚରାଉଥିବା ୧୨ବର୍ଷର ନାବାଳିକାଙ୍କୁ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲା ଦୌରାଜଜ୍‌(୪) ତଥା ସ୍ବତନ୍ତ୍ର ପୋକ୍ସୋ ବିଚାରପତି ସତ୍ୟରଞ୍ଜନ ପ୍ରଧାନ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୨୦ ହଜାର ଟଙ୍କା ଜରିମାନା ଆଦେଶ ହୋଇଛି। ଜରିମାନା ଅନାଦାୟ ହେଲେ ଅଧିକ ୬ମାସ ଜେଲ୍‌ ଦଣ୍ଡ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଭିଯୁକ୍ତ ଜଣକ ହେଲେ ଖୋର୍ଦ୍ଧା ଜିଲା ଜଟଣୀ ନୂଆସାହି ଅଞ୍ଚଳର ପ୍ରମୋଦ କୁମାର ସାହୁ। ୨୦୧୫ ମାର୍ଚ୍ଚ ୧୬ରେ ଘଟଣା ଘଟିଥିବାବେଳେ ସରକାରଙ୍କ ପକ୍ଷରୁ ମାମଲାକୁ ସ୍ବତନ୍ତ୍ର ପିପି ସୁବ୍ରତ ପ୍ରିୟଦର୍ଶୀ ପରିଚାଳନା କରୁଥିଲେ।

Share