ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୧୭ା୯-ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି ା ରେଡ ଫ୍ଲାଗ ତାଲିକାଭୁକ୍ତ ଏହି ମାମଲାର ବିଚାର କରି ଫୁଲବାଣୀ ଅତିରିକ୍ତ ଦୌରାଜଜ୍‌ ତଥା ପୋକ୍‌ସୋ କୋର୍ଟ ବିଚାରପତି ସମର ବିଳାସ ବେହେରା ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ ଭୋଗିବା ପାଇଁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ରାଇକିଆ ଥାନା ଅଞ୍ଚଳର ମନେନ୍ଦ୍ର ଦିଗାଲ ା
୨୦୧୬ ନଭେମ୍ବର ୧୬ ତାରିଖରେ ରାଇକିଆ ଥାନା ଅଞ୍ଚଳର ନାବାଳିକା (୭) ଜଣକ ସ୍କୁଲରୁ ଫେରି ପାଖ ଘରକୁ ଟିଭି ଦେଖିବାକୁ ଯାଇଥିଲେ ା ସନ୍ଧ୍ୟା ସୁଦ୍ଧା ଝିଅ ନ ଫେରିବାରୁ ମା’ ସେଠାକୁ ଯାଇଥିଲେ ା ଝିଅକୁ ନ ପାଇ ସେଠାରୁ ନଦୀ ଆଡ଼େ ଖୋଜିବାକୁ ଯାଇଥିଲେ। ବାଟରେ ମନେନ୍ଦ୍ରକୁ ଦେଖି ଝିଅ ସମ୍ପର୍କରେ ପଚାରିବାରୁ ଆମେ କାଠ ଗୋଟାଇବାକୁ ଯାଇଥିଲୁ ବୋଲି ସେ କହିଥିଲେ। ମା’ଙ୍କ ପାଟି ଶୁଣି ନାବାଳିକା ଜଣକ କାନ୍ଦି କାନ୍ଦି ସେଠାରେ ପହଞ୍ଚିଥିଲେ। ମନେନ୍ଦ୍ର ତାଙ୍କୁ ନଦୀ ଆଡ଼େ ଡାକି ନେଇ ବଳାତ୍କାର କରିଥିବା ଓ ଏ ସମ୍ପର୍କରେ କାହାକୁ କହିଲେ ଜୀବନରେ ମାରି ଦେବେ ବୋଲି ଧମକ ଦେଇଥିବା ନାବାଳିକା ଜଣକ ଘରକୁ ଆସିବା ପରେ ମା’ଙ୍କୁ କହିଥିଲେ ା ଘଟଣା ପରଦିନ ଏ ନେଇ ନାବାଳିକାଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ ା ପୋଲିସ ନଂ.୧୧୧/୧୬ରେ ଏକ ମାମଲା ରୁଜୁ କରି ମନେନ୍ଦ୍ରଙ୍କୁ କୋର୍ଟଚାଲାଣ କରିଥିଲା ା ଉପଯୁକ୍ତ ସାକ୍ଷ୍ୟପ୍ରମାଣକୁ ଆଧାର କରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପିପି ଅସୀମ କୁମାର ପ୍ରହରାଜ ମାମଲା ପରିଚାଳନା କରୁଥିଲେ ା