ନାବାଳିକା ବଳାତ୍କାର ଅଭିଯୋଗରେ ଜେଲ୍‌ଗଲେ ଯୁବକ

କୁଚିଣ୍ଡା,୧୨।୫(ଡି.ଏନ.ଏ.): ସମ୍ବଲପୁର ଜିଲା ମହୁଲପାଲି ଥାନା ଅଞ୍ଚଳର ଜଣେ ୧୫ ବର୍ଷିୟା ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ସମୀର କାଲୋ (୨୦)। ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଥିଲା। ହେଲେ ଜାମିନ ମଞ୍ଜୁର ନ ହେବାରୁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ପୋଲିସ କହିଛି ଯେ, ନାବାଳିକାଙ୍କ ପରିବାର ପକ୍ଷରୁ ଗତ ୧୦ ତାରିଖ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗକୁ ଭିତ୍ତିକରି ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା (ନଂ. ୬୦/୨୦) ରୁଜୁ କରି ତଦନ୍ତ ଚଳାଇଥିଲା। ଶେଷରେ ମଙ୍ଗଳବାର ସେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ।

Share