ନାବାଳିକା ବଳାତ୍କାର ଓ ହତ୍ୟା ମାମଲା: ଜଗତ୍‌ସିଂହପୁର କୋର୍ଟରେ ପ୍ରଥମ ଫାଶୀ ଦଣ୍ଡାଦେଶ

ଜଗତ୍‌ସିଂହପୁର ଅଫିସ,୧୦।୯: ଜଗତ୍‌ସିଂହପୁର ଜିଲା ଏରସମା ଥାନା ଗଡ଼ହରିପୁରରେ ୨୦୧୮ ମାର୍ଚ୍ଚ ମାସରେ ଜନୈକା ନାବାଳୀକାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହି ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ମାମଲାର ବିଚାରକରି ଜଗତ୍‌ସିଂହପୁର ଏଡିଜେ ତଥା ସ୍ବତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ଡ. ମୁନରାଣୀ ମିଶ୍ର ଅଭିଯୁକ୍ତ ଗଡ଼ହରିପୁରର କାଳିଆ ଲବ ମାନା(୨୬)ଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି। ରାୟ ପ୍ରକାଶ ପାଇବା ପରେ ମୃତ ନାବାଳିକାଙ୍କ ପିତା, ମାତା, ଓ ଭଉଣୀ ନ୍ୟାୟପାଳିକା ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଯେଉଁ ଦିନ ଲବ ବେକରେ ଫାଶୀ ଲାଗିବ ସେଦିନ ଝିଅର ଆତ୍ମା ଶାନ୍ତି ପାଇବ ବୋଲି କୋହଭରା କଣ୍ଠରେ ସେମାନେ କହିଛନ୍ତି।
ସୂଚନାଯୋଗ୍ୟ, ଲବ ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟାକରି ନିକଟସ୍ଥ କାଜୁ ଜଙ୍ଗଲରେ ପତ୍ର ଘୋଡ଼ାଇ ଫେରାର ହୋଇଯାଇଥିଲେ।