ଭଦ୍ରକ ଅଫିସ, ୨୦।୭ – ଶନିବାର ଅତିରିକ୍ତ ଜିଲା ଦୌରାଜଜ୍ ତଥା ସ୍ବତନ୍ତ୍ର ବିଚାରପତି ସାହା ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତ ମାଝୀଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ୧ ଲକ୍ଷ ଟଙ୍କା ଜରିମାନା ଶୁଣାଣି କରିଛନ୍ତି। ଉଲ୍ଲେଖନୀୟ ଯେ, ପଳିକିରି ଥାନା ଅଧୀନ ଧାମନଗର ଗ୍ରାମର ଦିମ୍ବର ୨୦୧୬ ଜାନୁୟାରୀ ୧୧ରେ ଜଣେ ୮ ବର୍ଷର ନାବାଳିକାଙ୍କୁ ବଳାତ୍କାର କରିଥିଲେ। ପୀଡ଼ିତା ନାବାଳିକାଙ୍କ ପରିବାର ପକ୍ଷରୁ ଦୁଇଦିନ ପରେ ଅର୍ଥାତ୍ ୧୩ ତାରିଖରେ ଧାମନଗର ଥାନାରେ ଏତଲା ଦାଏର କରାଯାଇଥିଲା। ଧାମନଗର ପୋଲିସ ମାମଲା (ନଂ.୧୩/୨୦୧୬) ରୁଜୁ କରି ଅଭିଯୁକ୍ତ ଦିମମ୍ବରଙ୍କୁ ଗିରଫ କରି କୋର୍ଟରେ ଚାର୍ଜଶିଟ୍ ଦାଖଲ କରିଥିଲା। କୋର୍ଟ ୧୭ ଜଣ ସାକ୍ଷ୍ୟଙ୍କ ପ୍ରମାଣକୁ ଭିତ୍ତିକରି ଏହି ଦଣ୍ଡାଦେଶ ଶୁଣାଣି କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଦାସ ମାମଲା ପରିଚାଳନା କରିଥିଲେ।