ନାବାଳିକା ବଳାତ୍କାର ମାମଲା: ରିମାଣ୍ଡରେ ଆସିଲେ ୪ ଅଭିଯୁକ୍ତ

ଚାନ୍ଦବାଲି,୧୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଗଣ ବଳାତ୍କାର ମାମଲାରେ ପୂର୍ବରୁ ସମସ୍ତ ୪ଜଣ ଅଭିଯୁକ୍ତ ଗିରଫ ହୋଇଥିଲେ । ଏ ନେଇ ଥାନାରେ ୨୭୪/୧୯ରେ ଏକ ମାମଲା ରୁଜୁ ହୋଇଥିଲା । ତେବେ ଅଭିଯୁକ୍ତ ପ୍ରକାଶ ଦାସ, ପିଣ୍ଟୁ ମହାଳିକ, ସୁବ୍ରତ ସାହୁ ଓ ବିଶ୍ୱଜିତ ନାୟକଙ୍କୁ ଚାନ୍ଦବାଲି ପୋଲିସ ଶୁକ୍ରବାର ରିମାଣ୍ଡରେ ଆଣିଛି । ସେମାନଙ୍କୁ ପଚରାଉଚରା ପରେ ପୁଣି ଜେଲ ହାଜତକୁ ପଠାଯାଇଛି । ଏସ୍‌ପି ରାଜେଶ ପଣ୍ଡିତ ଶୁକ୍ରବାର ଚାନ୍ଦବାଲି ଗସ୍ତକରି ଏସ୍‌ଡିପିଓ ଉମା ଶଙ୍କର ମହାରଣାଙ୍କ ସହ ଏହି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି ।