Advertisement

ନାବାଳିକା ବଳାତ୍କାର ମାମଲା: ଦୋଷୀଙ୍କୁ ୧୦ ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୧୯।୫(ଡି.ଏନ.ଏ.)-ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ବାଲେଶ୍ୱର ଜିଲା ସ୍ବତନ୍ତ୍ର ବିଚାରପତି ପୋକ୍ସୋ ଅଜନ୍ତା ଷଡଙ୍ଗୀ ଶନିବାର ଅଭିଯୁକ୍ତ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦଣ୍ଡସ୍ବରୂପ ଦୋଷୀଙ୍କୁ ୧୦ ବର୍ଷ ଜେଲ୍‌ ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦିଆଯାଇଛି। ଜରିମାନା ଅନାଦାୟ ଆଉ ୩ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।
୨୦୧୬ ଏପ୍ରିଲ ୪ ତାରିଖରେ ସୋର ଥାନା ଅଞ୍ଚଳସ୍ଥିତ ମାମୁ ଘରକୁ ସମ୍ପୃକ୍ତ ନାବାଳିକା ବୁଲିବାକୁ ଆସିଥିଲେ। ସେହି ଅଞ୍ଚଳର ଦେବବ୍ରତ ମାଝି(୨୬) ତାଙ୍କୁ ବଳପୂର୍ବକ ଉଠାଇନେଇ ବଳାତ୍କାର କରିଥିଲେ। ଏନେଇ ସୋର ଥାନାରେ ମାମଲା (ନଂ.୭୩/୨୦୧୬) ରୁଜୁ କରାଯାଇ କୋର୍ଟରେ ଶୁଣାଣି ଚାଲିଥିଲା। ଜିଲା ସ୍ବତନ୍ତ୍ର ବିଚାରପତି ୧୨ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଏହି ରାୟ ଶୁଣାଇଛନ୍ତି। ସରକାରୀ ଓକିଲ ପ୍ରଣବ କୁମାର ପଣ୍ଡା ମାମଲା ପରିଚାଳନା କରୁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel