ଲକ୍ଷ୍ନୌ, ୧୪।୮:ଉତ୍ତର ପ୍ରଦେଶର ଏକ ସିଟ୍ରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର ପୁଅ ନୀରଜ ଶେଖର। ନାମାଙ୍କନବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ଭାଜପା ନେତା ଉପସ୍ଥିତ ଥିଲେ। ଆଶ୍ଚର୍ଯ୍ୟଜନକ ଭାବେ ବିରୋଧୀ ସମାଜବାଦୀ ପାର୍ଟି(ଏସପି)ନେତା ରବି ଶଙ୍କର ସିଂ ଏବଂ ପୂର୍ବତନ ବିଧାୟକ ସିପି ଚନ୍ଦ୍ର ମଧ୍ୟ ସେଠାରେ ଥିଲେ। ସୂଚନାଯୋଗ୍ୟ, ନୀରଜ ଏସପି ଟିକେଟରୁ ରାଜ୍ୟ ସଭା ଏମ୍ପି ଥିଲେ। ନିକଟରେ ସେ ଏସପି ଛାଡି ଭାଜପାରେ ଯୋଗ ଦେଇଥିଲେ।