Categories: ଜାତୀୟ

ନାମାଙ୍କନ ପତ୍ର ଦାଖଲ କଲେ ଫଡନବିସ

ମୁମ୍ବାଇ,୪।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଶୁକ୍ରବାର ନାଗପୁର ଦକ୍ଷିଣ-ପଶ୍ଚିମ ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାଗପୁରରେ ଫଡନବିସ ଏକ ରୋଡ ଶୋ’ କରି ନାମାଙ୍କନ ଦାଖଲ କରିଥିଲେ। ଏହା ପୂର୍ବରୁ ଫଡନବିସ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରିଙ୍କୁ ସାକ୍ଷାତକାର କରିଥିଲେ। ଏହାପରେ ଦୁଇଜଣ ମନ୍ତ୍ରୀ ମିଶି ରୋଡ ଶୋ’ କରିଥିଲେ। ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ଦାଖଲ କରିବାର ଶେଷ ଦିନ ରହିଥିଲା।

Share