Categories: ଜାତୀୟ

ନାମାଙ୍କନ ପୂର୍ବରୁ ଚର୍ଚ୍ଚାରେ କେଜରିଓ୍ବାଲଙ୍କ ଟୁଇଟ୍‌

ନୂଆଦିଲ୍ଲୀ,୨୧।୧: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମଙ୍ଗଳବାର ଦିଲ୍ଲୀ ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି। ହେଲେ ଏହା ପୂର୍ବରୁ ତାଙ୍କ ଟୁଇଟ୍‌କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏଥିରେ ସେ ବିପକ୍ଷ ଦଳଙ୍କୁ ଟାର୍ଗେଟ କରିଛନ୍ତି। ଟୁଇଟରରେ ସେ ଲେଖିଛନ୍ତି, ‘ଭ୍ରଷ୍ଟାଚାର ଦୂର କରିବା ମୋର ଲକ୍ଷ୍ୟ, ମୋତେ ଦୂର କରିବା ବିରୋଧୀଙ୍କ ଲକ୍ଷ୍ୟ’। ସୂଚନାଯୋଗ୍ୟ, କେଜରିଓ୍ବାଲ ସୋମବାର ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ରୋଡ ଶୋ’ରେ ବାହାରି ଥିଲେ ସତ। ହେଲେ ନିର୍ଦ୍ଧାରିତ ସମୟ ପୂର୍ବରୁ କାର୍ଯ୍ୟଳୟରେ ପହଞ୍ଚିପାରି ନ ଥିବାରୁ ମଙ୍ଗଳବାର ନାମାଙ୍କନ ଦାଖଲ କରିବେ ବୋଲି କହିଥିଲେ। ଶେଷ ଦିନରେ କେବଳ କେଜରିଓ୍ବାଲ ନୁହେଁ ମଙ୍ଗଳବାର ଆହୁରି କେତେଜଣ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡିଛି।

Share