Advertisement
Categories: ଜାତୀୟ

ନାମାଙ୍କନ ରଦ୍ଦ ହେଲା ପରେ ବି ଶ୍ରତ୍ରୁଘ୍ନଙ୍କର ନିର୍ବାଚନ ଲଢ଼ିବା ନିଶା ଭାଙ୍ଗିନି

ନୂଆଦିଲ୍ଲୀ,୨୭।୪: ଦିଲ୍ଲୀର କର୍ନଟ ପ୍ଲେସ୍‌ ନିକଟରେ ଥିବା ହନୁମାନ ମନ୍ଦିରଠାରେ ଚା’ ଦୋକାନ କରିଛନ୍ତି ଜଣେ ଯୁବକ। ନିର୍ବାଚନ ଲଢ଼ିବାକୁ ଚାହୁଁଥିବା ଏହି ଯୁବକଙ୍କର ନାମାଙ୍କନ ପତ୍ରରେ ତ୍ରୁଟି ଥିବାରୁ ଏହାକୁ ରଦ୍ଦ କରିଛନ୍ତି। ନାମାଙ୍କନ ଦାଖଲ ଶେଷ ହେବାର ଗୋଟିଏ ଦିନ ପରେ ଜାମନଗର ତହସିଲଦାରଙ୍କ କାର୍ଯ୍ୟାଳୟରୁ ତାଙ୍କ ପାଖକୁ ଫୋନ୍‌ ଆସିଥିଲା। ନାମାଙ୍କନରେ ତ୍ରୁଟି ଥିବାରୁ ଏହାକୁ ନାକଚ କରାଯାଇଥିବା ସମ୍ପୃକ୍ତ ଅଧିକାରୀ କହିଥିଲେ। ଶ୍ରତ୍ରୁଘ୍ନଙ୍କ ମନ ଦୁଃଖରେ ଭାଙ୍ଗିପଡ଼ିଥିଲା। ଜଣେ ଚା‘ ବିକାଳି ଦେଶର ପ୍ରଧାନମନ୍ତ୍ରୀ ହୋଇଥିବାବେଳେ ଚା‘ ବିକୁଥିବା ଜଣେ ବ୍ୟକ୍ତି କାହିଁକି ନିର୍ବାଚନ ଲଢ଼ିପାରିବ ନାହିଁ ବୋଲି ଯୁକ୍ତି ବାଢ଼ିଛନ୍ତି ଶ୍ରତ୍ରୁଘ୍ନ। ଜାଣିଶୁଣି ତାଙ୍କ ନାମାଙ୍କନ ରଦ୍ଦ ହୋଇଥିବା ଅଭିଯୋଗ କରୁଛନ୍ତି ସେ। ତେବେ ଏହା ତାଙ୍କ ଗରାଖଙ୍କ ମଧ୍ୟରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଏବେ ଶ୍ରତ୍ରୁଘ୍ନଙ୍କ ନିର୍ବାଚନ ଲଢ଼ିବା ନିଶା ସୋସିଆଲ୍‌ ମିଡ଼ିଆରେ ଅପଲୋଡ୍‌ ହୋଇଥିବା କୁହାଯାଉଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share