Posted inଖେଳ

ନାମ୍ବିଆକୁ ଟି୨୦ ବିଶ୍ୱକପ୍‌ ଯୋଗ୍ୟତା

ଦୁବାଇ, ୩୦।୧୦(ଏଏଫ୍‌ପି)- ଅଷ୍ଟ୍ରେଲିଆରେ ଆଗାମୀ ବର୍ଷ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ରେ ନାମ୍ବିଆ ଭାଗନେବ। ଦୁବାଇଠାରେ ଚାଲିଥିବା ଯୋଗ୍ୟତା ପର୍ଯ୍ୟାୟର ସେମିଫାଇନାଲରେ ଦୁଇ ଦଳ ଜାଗା ପକ୍କା କରି ବିଶ୍ୱକପ୍‌ ଖେଳିବା ନିଶ୍ଚିତ କରିଛନ୍ତି। ଅଲ୍‌ରାଉଣ୍ଡର ଜେ.ଜେ. ସ୍ମିଥ୍‌ଙ୍କ ୫୯ ରନ୍‌ର ଇନିଂସ୍‌ ବଳରେ ନାମ୍ବିଆ ୫୪ ରନ୍‌ର ବ୍ୟବଧାନରେ ଓମାନକୁ ହରାଇ ଦେଇଛି। ପ୍ରଥମେ ବ୍ୟାଟିଂ କରିଥିବା ନାମ୍ବିଆ ଧାର୍ଯ୍ୟ ୨୦ ଓଭରରେ ୭ ଉଇକେଟ ହରାଇ ୧୬୧ ରନ୍‌ କରିଥିଲା। ସ୍ମିଥ୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସରେ ୫ ବିଶାଳ ଛକା ସାମିଲ ଥିଲା। ତାଙ୍କ ବ୍ୟତୀତ କ୍ରେଗ୍‌ ଓ୍ବିଲିୟମ୍ସ ୪୫ ରନ୍‌ କରିଥିଲେ। ୨୦୧୬ ଟି୨୦ ବିଶ୍ୱକପ୍‌ରେ ଖେଳିଥିବା ଓମାନ ୧୯.୧ ଓଭରରେ ୧୦୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପାଇଁ ଖାଓ୍ବର ଅଲି ୪୧, ଆକିବ ଲିୟାସ ୧୮ ଓ ଆମିର କାଲିମ ୧୩ ରନ୍‌ କରିଥିଲେ। ଏମାନଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍କୋର ଛୁଇଁପାରି ନ ଥିଲେ। ବିଜୟୀ ଦଳ ଲାଗି ବର୍ନାର୍ଡ ସ୍କଲଟଜ ଓ ଅଧିନାୟକ ଗେର୍‌ହାର୍ଡ ଇରାସମୁସ ୩ଟି ଲେଖାଏ ଉଇକେଟ ନେଇଥିଲେ। ୨୦୦୩ ଆଇସିସି ୫୦ ଓଭରିଆ ବିଶ୍ୱକପ୍‌ରେ ଅଂଶଗ୍ରହଣ କରି ସମସ୍ତ ୬ ମ୍ୟାଚ୍‌ ହାରିଥିବା ନାମ୍ବିଆ ସେମିଫାଇନାଲରେ ପାପୁଆ ନ୍ୟୁଗିନିକୁ ଭେଟିବ। ଅନ୍ୟପକ୍ଷରେ ଓମାନ ଏବେ ମଧ୍ୟ ଯୋଗ୍ୟତା ଅର୍ଜନ କରିପାରେ। କିନ୍ତୁ ଦଳକୁ ପ୍ଲେ ଅଫ୍‌ରେ ହଂକଂକୁ ହରାଇବାକୁ ପଡ଼ିବ। ମଙ୍ଗଳବାର ଖେଳାଯାଇଥିବା ଆଉ ଏକ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ୮ ଉଇକେଟରେ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)କୁ ପରାସ୍ତ କରି ଅଷ୍ଟ୍ରେଲିଆ ଟିକେଟ୍‌ ପାଇଛି। ପ୍ରଥମେ ବ୍ୟାଟିଂ କରି ୟୁଏଇ ମାତ୍ର ୮୦ ରନ୍‌ କରିବାକୁ ସକ୍ଷମ ହୋଇଥିବାବେଳେ ନେଦରଲାଣ୍ଡ୍ସ ୧୫.୧ ଓଭରରେ ୨ ଉଇକେଟ କ୍ଷତିରେ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା। ଉଲ୍ଲେଖଥାଉ କି, ପୂର୍ବରୁ ପାପୁଆ ନ୍ୟୁ ଗିନି ବିଶ୍ୱକପ୍‌ ଯୋଗ୍ୟତା ହାସଲ କରିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୁମ୍‌ରାଙ୍କ ସହ ୮୦୦୦ ଟଙ୍କାର ବାଜି ଲଗାଇଲେ ପନ୍ତ, ପରେ ଯାହା ଘଟିଲା…

ନୂଆଦିଲ୍ଲୀ,୧୫।୧୧: ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆର ମୁକାବିଲା ଲାଗି ଟିମ୍‌ ଇଣ୍ଡିଆ ଖୁବ୍‌ ଝାଳ ବୁହାଉଛି। ନଭେମ୍ବର ୨୨ରେ ଆରମ୍ଭ ହେବାକୁ ଥିବା ପର୍ଥ ଟେଷ୍ଟ ପୂର୍ବରୁ...

IPL ପୂର୍ବରୁ ଏହି ଟିମ୍‌ର ଅଧିନାୟକ ହେଲେ ପନ୍ତ! ୬ ଖେଳାଳିଙ୍କ ଉପରେ ୭୦ କୋଟି ଦାମ୍‌ ଲଗାଇଲା ପଞ୍ଜାବ

ନୂଆଦିଲ୍ଲୀ,୧୫।୧୧: ଆଇପିଏଲ୍‌ ୨୦୨୫ ପୂର୍ବରୁ ମେଗା ଅକ୍ସନର ଆୟୋଜନ ସାଉଦି ଆରବରେ କରାଯିବ। ନଭେମ୍ବର ୨୪ ଏବଂ ୨୫ ତାରିଖ ଏଥିଲାଗି ଚୟନ କରାଯାଇଛି। ଏଥର...

ଘୋଷଣା ହେଲା ଆଇପିଏଲ ୨୦୨୫ରେ ନିଲାମୀ ହେବାକୁ ଥିବା ଖେଳାଳିଙ୍କ ତାଲିକା

ମୁମ୍ବାଇ,୧୫ା୧୧: ବହୁ ପ୍ରତୀକ୍ଷିତ ଟାଟା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳାଳିଙ୍କ ନିଲାମ ତାଲିକା ପ୍ରକାଶ ପାଇଛି। ଆଗାମୀ ସିଜିନ୍ ପାଇଁ ସମୁଦାୟ ୫୭୪ ଖେଳାଳିଙ୍କ...

ପିଓକେ ଯିବ ନାହିଁ ଚାମ୍ପିୟନ୍ସ ଟ୍ରଫି, ଭାରତର ପ୍ରତିବାଦ ପରେ ଆଇସିସିର ନିଷ୍ପତ୍ତି

ନୂଆଦିଲ୍ଲୀ,୧୫ା୧୧: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏହା ପୂର୍ବରୁ ପ୍ରଚାର,ପ୍ରସାର ବା ସହର ପରିକ୍ରମା କରିବା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ...

ବୁମ୍‌ରାଙ୍କୁ ଏମିତି ବାଉନ୍ସର ମାରିଲେ ରିଷଭ ପନ୍ତ: ପରିଣାମ ହେଲା ଏମିତି….

ସିଡନୀ,୧୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ନଭେମ୍ବର ୨୨ରୁ ଆରମ୍ଭ ହେଉଛି। ପ୍ରଥମ ଟେଷ୍ଟ ମ୍ୟାଚ ପର୍ଥ ଷ୍ଟାଡିୟମରେ ଖେଳାଯିବ ଏବଂ ଟିମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିବେ ମ୍ୟାଚ୍‌

ଜୋହାନ୍ସବର୍ଗ, ୧୫ା୧୧ (ପି.ଟି.): ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚତୁର୍ଥ ତଥା ଅନ୍ତିମ ଅନ୍ତର୍ଜାତୀୟ ଟି୨୦ ଏଠାରେ ଶୁକ୍ରବାର ହେବ। ସିରିଜରେ ଭାରତ ୨-୧ରେ...

ଗୋଟିଏ ଭୁଲ୍‌ ପାକିସ୍ତାନକୁ ପଡ଼ିବ ଭାରି: ଭାରତକୁ ମିଳିପାରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନ ଦାୟିତ୍ୱ

ନୂଆଦିଲ୍ଲୀ,୧୫।୧୧: ଚାମ୍ପିଅନ୍ସ ଟ୍ରଫି ମାମଲା ଏବେ ଏକ ଭିନ୍ନ ମୋଡ଼ ନେଇଛି। ଏହି ଆଇସିସି ଟୁର୍ନାମେଣ୍ଟ ବର୍ତ୍ତମାନ ପାକିସ୍ତାନରେ ନୁହେଁ, ବରଂ ଭାରତରେ ଆୟୋଜିତ ହୋଇପାରିବ।...

ରବି ଶାସ୍ତ୍ରୀଙ୍କ ଚେତାବନୀ, କହିଲେ ‘ନିଜ ସାମ୍ରାଜ୍ୟକୁ ଫେରିଛନ୍ତି ରାଜା’

ନୂଆଦିଲ୍ଲୀ,୧୪।୧୧: ପୂର୍ବତନ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଶିକ୍ଷକ ରବି ଶାସ୍ତ୍ରୀ ବିରାଟ କୋହଲିଙ୍କ ସମାଲୋଚକଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି। ରବି ଶାସ୍ତ୍ରୀ ବିରାଟ କୋହଲିଙ୍କୁ ସମର୍ଥନ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri