Categories: ଖେଳ

ନାମ ପରିବର୍ତ୍ତନ: ଆଇଏଏଏଫ୍‌ ହେଲା ଓ୍ବାଲର୍‌ଡ ଆଥଲେଟିକ୍ସ

ନୂଆଦିଲ୍ଲୀ,୧୭।୧୧: ବିଶ୍ୱ ଆଥଲେଟିକ୍ସ ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଇଣ୍ଟରନ୍ୟାଶନାଲ ଆସୋସିଏଶନ ଅଫ୍‌ ଆଥଲେଟିକ୍ସ ଫେଡେରେଶନ (ଆଇଏଏଏଫ୍‌)ର ନାମ ପରିବର୍ତ୍ତନ ହୋଇଛି। ଆଇଏଏଏଫ୍‌ ଏବେ ନୂଆ ନାମ ଓ୍ବାଲର୍‌ଡ ଆଥଲେଟିକ୍ସ ଭାବେ ପରିଚିତ ହେବ। ଏଥିସହିତ ଏହାର ଅଫିସିଆଲ ଓ୍ବେବସାଇଟ୍‌ର ନାମ ପରିବର୍ତ୍ତନ ହୋଇଛି। କ୍ରୀଡ଼ାକୁ ଆହୁରି ଅଧିକ ସୁଗମ୍ୟ କରିବା ପାଇଁ ଏଭଳି ନାମ ପରିବର୍ତ୍ତନ କରାଯାଇଛି ବୋଲି କୁହାଯାଇଛି। ଏବେ ଆମେ ଓ୍ବଲର୍‌ଡ ଆଥଲେଟିକ୍ସରେ ପରିଣତ ହୋଇଛୁ ଏହି ସଂସ୍ଥାର ନୂଆ ଓ୍ବେବସାଇଟ୍‌ରେ ଉଲ୍ଲେଖ କରାଯାଇଛି। କ୍ରୀଡ଼ା ଓ କ୍ରୀଡ଼ାବିତଙ୍କ ସମ୍ପର୍କିତ ସବୁ ସୂଚନା ଏହି ଓ୍ବେବସାଇଟ୍‌ରେ ମିଳି ପାରିବ। ଉଲ୍ଲେଖଥାଉ କି, ଆଇଏଏଏଫ୍‌ ୧୯୧୨ରେ ସ୍ଥାପିତ ହୋଇଥିଲା। ସେତେବେଳେ ଏହାର ନାମ ଥିଲା ଇଣ୍ଟରନ୍ୟାଶନାଲ ଆମେଚର ଆଥଲେଟିକ ଫେଡେରେଶନ ରୂପେ ଜଣାଶୁଣା ଥିଲା। ତେବେ ୨୦୦୧ରେ ଏହାର ନାମ ପୁଣି ପରିବର୍ତ୍ତନ ହୋଇଥିଲା ଓ ଆଇଏଏଏଫ୍‌ ରୂପେ ପରିଚିତ ଥିଲା।

Share