ରାୟପୁର,୨୪।୮: ଛତିଶଗଡ଼ ନାରାୟଣପୁରରେ ଶନିବାର ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ୨ ଯବାନ ଆହତ ମଧ୍ୟ ହୋଇଛନ୍ତି। ଏବେବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି। ଗଣମାଧ୍ୟମର ସୂଚନା ଅନୁଯାୟୀ, ସେହି ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ମିଳିବା ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେଶନରେ ବାହାରି ଥିଲେ। ଏହି ସମୟରେ ପ୍ରଥମେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବ ଦେବାକୁ ଯାଇ ସୁରକ୍ଷାକର୍ମୀ ଗୁଳି ଚଳାଇବାରୁ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ କରିଛନ୍ତି ଡିଆଇଜି ପିଆର୍ ପୌକରା। ତେବେ ମାଓବାଦୀମାନେ ଲଗାଇଥିବା ଏମ୍ବୁଶ ମଧ୍ୟରେ ସୁରକ୍ଷାକର୍ମୀ ଫସି ଯାଇଥିଲେ। ଫଳରେ ପ୍ରଥମେ ମାଓବାଦୀ ସେମାନଙ୍କୁ ଆକ୍ରମଣ କରିବାକୁ ସୁଯୋଗ ପାଇଥିଲେ ବୋଲି ସେ କହିଛନ୍ତି।