ନାରୀକୈନ୍ଦ୍ରିକ ଫିଲ୍ମ ଦେଖି ଦେଖି ଚିଡି ଗଲେଣି, କାହିଁକି ଏମିତି କହିଲେ ଅକ୍ଷୟ କୁମାର

ବଲିଉଡରେ ଖିଲାଡି ଅକ୍ଷୟ କୁମାରଙ୍କ ଏବେ ରାଜ୍‌ ଚାଲିଛି। ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଫିଲ୍ମ ସେ ଦର୍ଶକଙ୍କୁ ଦେଇଚାଲିଛନ୍ତି। ନିକଟରେ ତାଙ୍କ ଅଭିନୀତ ‘ମିଶନ୍‌ ମଙ୍ଗଲ’ ବକ୍ସ ଅଫିସରେ ସୁପରହିଟ୍‌ ସାବ୍ୟସ୍ତ ହୋଇଛି। ଏନେଇ ଅକ୍ଷୟ କହିଛନ୍ତି, ନାରୀକୈନ୍ଦ୍ରୀକ ଫିଲ୍ମ ଦେଖି ଦେଖି ମୋତେ ଚିଡା ଲାଗିଲା। ଆମେ ଫିଲ୍ମ ମାଧ୍ୟମରେ ଦର୍ଶକଙ୍କୁ ସଚେତନ କରିବାକୁ ଚାହୁଁଛୁ। କିନ୍ତୁ ଦୁଃଖର ବିଷୟ ଏହା ଦର୍ଶକଙ୍କ ଉପରେ ପ୍ରଭାବ ପକାଇପାରୁନାହିଁ। ଆଜିବି ସମାଜରେ ନାରୀ-ପୁରୁଷ ଭେଦଭାବ ଚାଲିଛି। ନାରୀ ବୈଜ୍ଞାନିକଟିଏ ହେଇପାରିବ ନାହିଁ, ଏହା କେବଳ ପୁରୁଷଙ୍କ କାମ ବୋଲି ଆଜିବି ଲୋକ ଭାବୁଛନ୍ତି। ଲୋକଙ୍କ ମାନସିକତା ଆଉ ଏମିତି କେଉଁ ପର୍ଯ୍ୟନ୍ତ ଚାଲିବ ମୁଁ ବୁଝିପାରୁନାହିଁ ବୋଲି ଅକ୍ଷୟ କହିଛନ୍ତି। ଏହି କାରଣରୁ ଆଉ ନାରୀ କୈନ୍ଦ୍ରି ଫିଲ୍ମ କରିବାକୁ ଇଚ୍ଛାଶକ୍ତି କମି କମି ଯାଉଛି ବୋଲି ସେ କହିଛନ୍ତି।

Share