Categories: ମେଟ୍ରୋ

‘ନାରୀ ଚାହିଁଲେ ନୂତନ ଜଗତ ସୃଷ୍ଟି ହୋଇପାରିବ’

କଟକ ଅଫିସ,୨୫ା୧: ସାମ୍ପ୍ରତିକ ସମୟରେ ଯେଉଁ ଜଗତ ଦେଖୁଛନ୍ତି, ତାହା ପ୍ରକୃତ ଜଗତ ନୁହେଁ। ଅନ୍ୟ ଏକ ନୂତନ ଜଗତ ସୃଷ୍ଟି କରିବାକୁ ପଡିବ। ଏଥିପାଇଁ ନାରୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ନାରୀ ଚାହିଁଲେ ନୂତନ ଜଗତ ସୃଷ୍ଟି ହୋଇପାରିବ ବୋଲି କଟକ ମାତୃଭବନଠାରେ ଶୁକ୍ରବାର ୪୧ତମ ନିଖିଳ ଉତ୍କଳ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହା କହିଥିଲେ। ଉଦ୍‌ଘାଟନୀ ଉତ୍ସବର ସନ୍ଧ୍ୟା ଅଧିବେଶନରେ ‘ନାରୀ ଏବଂ ନୂତନ ଜଗତ’ ବିଷୟରେ ଆଲୋଚନା ହୋଇଥିଲା। ନମିତା ନାୟକଙ୍କ ଆବାହନୀରେ ବକ୍ତା ଭାବେ ଅଧ୍ୟାପିକା ମାଳବିକା ରାୟ ଯୋଗଦେଇ କହିଥିଲେ, ନାରୀମାନେ ଜାଗ୍ରତ ହେବାର ଆବଶ୍ୟକତା ରହିଛି। ଯାହାଦ୍ୱାରା ଏକ ଆଧ୍ୟାତ୍ମିକ ସମାଜ ଗଠନ ଓ ନୂତନ ଜଗତ ସୃଷ୍ଟି କରାଯାଇପାରିବ। ଡା. ଶାନ୍ତି ନାୟକ ସ୍ବାଗତ ଭାଷଣ ଓ ଡା. ଶ୍ୟାମା କାନୁନ୍‌ଗୋ ସଭା ପରିଚାଳନା କରିଥିଲେ। ଏହି ଅବସରରେ ବାର୍ଷିକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ନିରୁପମା ପରିଡା ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମ ତିନିଦିନ ଧରି ଚାଲିବ। ଅନ୍ୟପକ୍ଷରେ ଜାନୁୟାରୀ ୨୫ ଓ ୨୬ ତାରିଖରେ ଯୋଗ ଚିକିତ୍ସା କର୍ମଶାଳା ଅନୁଷ୍ଠିତ ହେବ।

Share