ନାରୀ ସଶକ୍ତିକରଣ ଶୋଭାଯାତ୍ରା

କେନ୍ଦୁଝର,୧୦ା୬(ସ୍ବ.ପ୍ର.): ସ୍ଥାନୀୟ ସରସ୍ବତୀ ବିଦ୍ୟାମନ୍ଦିର ପରିସରରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦୁର୍ଗାବାହିନୀ ଓ ମାତୃଶକ୍ତି ପ୍ରାନ୍ତୀୟ ଶୌର୍ଯ୍ୟ ପ୍ରଶିକ୍ଷଣ ବର୍ଗ ଗତ ୫ ତାରିଖରୁ ଆରମ୍ଭ ହୋଇଛି। ଆସନ୍ତା ୧୨ ତାରିଖରେ ଏହା ଉଦ୍‌ଯାପିତ ହେବ। ଏହି ଅବସରରେ ସୋମବାର ଦୁର୍ଗାବାହିନୀ ପକ୍ଷରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ନାରୀ ସଶକ୍ତିକରଣ ପାଇଁ ଏବଂ ନାରୀମାନଙ୍କ ମଧ୍ୟରେ ଥିବା ଦେଶପ୍ରେମ ତଥା ନିଜକୁ ସୁରକ୍ଷା ଦେବାର କୌଶଳ ବିଦ୍ୟା ଆଦି ଶିକ୍ଷା ପ୍ରଦାନ କରାଯାଇଛି । ଏହି ଅବସରରେ ମହିଳାମାନଙ୍କୁ ସଂସ୍କୃତି, ବୈଦିକ, ଯୋଗ ଆଦି ଶିକ୍ଷା ପ୍ରଦାନ କରାଯାଇଥିବା ବେଳେ ଶାରୀରିକ ଓ ମାନସିକସ୍ତରରେ ନିଜକୁ ପ୍ରସ୍ତୁତ କରି ନାରୀଶକ୍ତିକୁ ଜାଗରଣ କରିବା ପାଇଁ ଏହି ଶିବିରରେ ଶିକ୍ଷା ଦିଆଯାଇଛି। ସେହିପରି ଅସ୍ତ୍ର ଚାଳନା, ବ୍ୟାୟାମ ଆଦି ଶିକ୍ଷା ଦିଆଯାଇ ସେମାନଙ୍କୁ ନିଜର ଓ ଦେଶର ସୁରକ୍ଷା କିପରି କରିବେ ସେନେଇ ଶିକ୍ଷା ଦିଆଯାଇଛି।