Categories: ଖେଳ

ନାଲକୋ କପ୍‌ ବାସ୍କେଟବଲ ଉଦ୍‌ଘାଟିତ

କଟକ ଅଫିସ,୨୮।୧୧- ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ସିନିୟର ରାଜ୍ୟ ବାସ୍କେଟବଲ ଚାମ୍ପିୟନଶିପ ନାଲକୋ କପ୍‌-୨୦୧୯ ବୁଧବାର ଉଦ୍‌ଘାଟିତ ହୋଇଛି। ଓଡ଼ିଶା ବାସ୍କେଟବଲ ଆସୋସିଏଶନ(ଓବିଏ) ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତାରେ ୩୧ଟି ପୁରୁଷ ଦଳ ଓ ୧୬ଟି ମହିଳା ଦଳ ଅଂଶ ଗ୍ରହଣ କରିଛନ୍ତି। ଉଦ୍‌ଘାଟନୀ ଦିବସରେ ଖେଳାଯାଇଥିବା ମହିଳା ବର୍ଗର ମ୍ୟାଚ୍‌ରେ ଗଞ୍ଜାମ ୨୨-୧୩ ପଏଣ୍ଟରେ ସମ୍ବଲପୁରକୁ, ରାଉରକେଲା ଷ୍ଟିଲ ପ୍ଲାଣ୍ଟ ୩୨-୧୪ ପଏଣ୍ଟରେ ଭଦ୍ରକକୁ, ବିଏଏ ୪୭-୨୬ ପଏଣ୍ଟରେ ଓଡ଼ିଶା ପୋଲିସକୁ ପରାସ୍ତ କରିଛି। ପୁରୁଷ ବର୍ଗରେ ବିବିସି ୪୮-୨୩ ପଏଣ୍ଟରେ ସମ୍ବଲପୁରକୁ, ଟଟର୍ସ ୫୫-୩୩ ପଏଣ୍ଟରେ ସୁପ୍ରିମକୁ ପରାସ୍ତ କରିଛି। ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ଅଲିମ୍ପିକ ଆସୋସିଏଶନ ସମ୍ପାଦକ(ଇନଚାର୍ଜ) ଅଭିଜିତ ପାଲ, ଏକରାର ହୁସେନ, ଓବିଏ ସଭାପତି ଅଶୋକ କୁମାର ସାହୁ ଓ ସମ୍ପାଦକ ଜ୍ଞାନ ରଞ୍ଜନ ପରିଡ଼ା ଅତିଥି ଭାବେ ଯୋଗ ଦେଇଥିଲେ।

Share