ନାଲକୋ କଲୋନୀରେ ଦୁର୍ଘଟଣା

ବଅଁରପାଳ,୧୩।୧୨(ଡି.ଏନ.ଏ): ଅନୁଗୋଳ ଜିଲା ପବଅଁରପାଳ ନିକଟ ଶୁକ୍ରବାର ସକାଳୁ ଏକ ଦୁର୍ଘଟଣା ଘଟିଛି। ନାଲକୋ କଲୋନୀର ଟିଏ ଲାଇନରେ ଏକ କାର ପାଚେରୀରେ ପିଟି ହୋଇଯାଇଥିଲା। ଫଳରେ ପାଚେରୀ ଭାଙ୍ଗିଯିବା ସହ ଚାଳକ ଆହତ ହୋଇଛନ୍ତି। ଆହତ ଚାଳକଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନେଇ ଥାନାରେ କୌଣସି ମାମଲ ରୁଜୁ ହୋଇନାହିଁ।