ନାଲକୋ ଦୁର୍ଘଟଣାରେ ଆଉ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ: କ୍ଷତିପୂରଣ ଦାବିରେ ଆନ୍ଦୋଳନ

ଅନୁଗୋଳ ଅଫିସ, ୮।୮: ନାଲକୋ ସ୍ମେଲଟର ପ୍ଲାଣ୍ଟ କାଷ୍ଟ ହାଉସ ପରିସରରେ ଗତ ୨୩ରେ ବିଦ୍ୟୁତ ଆଘାତରେ ୪ ଜଣ ଶ୍ରମିକ ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ତେବେ ପୂର୍ବରୁ ଏହି ଦୁର୍ଘଟଣାରେ ମିଥୁନ ନାଥ ନାମକ ଶ୍ରମିକଙ୍କର ମୃତ୍ୟୁ ହୋଇଥିବା ବେଳେ ବୁଧବାର ରାତିରେ ବେନ୍ତପୁର ଗଁ।ର ଆଉ ଜଣେ ଶ୍ରମିକ ରଜନୀକାନ୍ତ ପରିଡ଼ାଙ୍କର କଟକଠାରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଛି। ଏନେଇ ଗୁରୁବାର ନାଲକୋଠାରେ ଉତେଜନା ପ୍ରକାଶ ପାଇଛି। ମୃତକଙ୍କର ପରିବାରଙ୍କୁ ୫୦ ଲକ୍ଷ କ୍ଷତିପୂରଣ ଓ ମୃତକଙ୍କ ୨ ଭାଇଙ୍କୁ ନିଯୁକ୍ତି ଦାବିରେ ସ୍ଥାନୀୟ ଲୋକେ ଆନ୍ଦୋଳନ କରିଛନ୍ତି।

Share