ନାଲି ଶାଢ଼ୀରେ ମରାଠୀ ଲୁକ୍‌ରେ ନଜର ଆସିଲେ ଫାତିମା

ମୁମ୍ବାଇ: ୨୦୧୬ରେ ଫୋଗାଟ ଭଉଣୀଙ୍କ ଉପରେ ତିଆରି ହୋଇଥିବା ଆମିର ଖାଁଙ୍କ ସୁପରହିଟ୍‌ ଫିଲ୍ମ ‘ଦବଙ୍ଗ’ରେ ଗୀତା ଫୋଗାଟ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଫାତିମା ସନା ଶେଖ୍‌ଙ୍କ ଏବେ ଅପ୍‌ କମିଂ ଫିଲ୍ମ ଆସିବାକୁ ଯାଉଛି। ଫାତିମାଙ୍କ ଅପ୍‌ କମିଂ ଫିଲ୍ମ ‘ ସୁରଜ ପେ ମଙ୍ଗଲ ଭାରି’ରେ ସେ ଜଣେ ମରାଠି ମହିଳା ଚରିତ୍ରରେ ନଜର ଆସିବେ। ଫିଲ୍ମରେ ଥିବା ନିଜ ଲୁକ୍‌ର ପ୍ରଥମ ଫଟୋକୁ ଫାତିମା ଭାଲେଟାଇନ୍ସ ଡେ’ ଅବସରରେ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏଥିସହ କ୍ୟାପଶନ୍‌ରେ ଲେଖିଛନ୍ତି, ‘ଏହି ମରାଠି ଝିଅ ସମସ୍ତଙ୍କ ଉପରେ ପଡ଼ିବ ଭାରି’। ଏହି ଫଟୋରେ ଫାତିମାଙ୍କୁ ନାଲି ଶାଢ଼ୀ ଓ ଚୁଡ଼ିରେ ଦେଖିବାକୁ ମିଳିଥିବା ବେଳେ ଏଥିରେ ସେ ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି। ଏହି ଫିଲ୍ମରେ ଫାତିମାଙ୍କ ସହ ମନୋଜ ବାଜପେୟୀ ଓ ଦିଲଜିତ ଦୋସାଞ୍ଝଙ୍କ ଅଭିନୟ ମଧ୍ୟ ଦେଖିବାକୁ ମିଳିଛି। ଅଭିଶେକ ଶର୍ମାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯୦ ଦଶକରେ ମୁମ୍ବାଇର ଏକ ପରିବାରର କାହାଣୀକୁ ନେଇ ଆଧାରିତ ହୋଇଛି। ପାରିବାରିକ କମେଡିକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମ ଚଳିତ ବର୍ଷର ଶେଷ ଆଡ଼କୁ ରିଲିଜ୍‌ ହେବ ବୋଲି ସୂଚନା ରହିଛି।

Share