Categories: ବାଣିଜ୍ୟ

ନାଲ୍‌କୋକୁ ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ

ଭୁବନେଶ୍ୱର,୧୫-୬: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲ୍‌କେ) ଶ୍ରେଷ୍ଠ ନବରତ୍ନ ଉଦ୍ୟୋଗ ସମ୍ମାନ ଲାଭ କରିଛି। ପ୍ରମୁଖ ଇକ୍ୱିଟି ଇନଭେଷ୍ଟମେଣ୍ଟ ପତ୍ରିକା ଦଲାଲ ଷ୍ଟ୍ରିଟ ଜର୍ଣ୍ଣାଲ ପକ୍ଷରୁ ନାଲ୍‌କୋକୁ ୨୦୧୮ ବର୍ଷ ଲାଗି ଏହି ସମ୍ମାନ ପ୍ରଦାନ କରାଯାଇଛି। ଗତ ୫ ବର୍ଷର ଏକ ଦ୍ରୁତ ଅଭିବୃଦ୍ଧିଶୀଳ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଭାବେ ନାଲ୍‌କୋକୁ ଉଲ୍ଲେଖ କରାଯାଇଛି। ଉଭୟ ବକ୍ସାଇଟ ଏବଂ ଆଲୁମିନିୟମ ଉତ୍ପାଦନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ ସହ କମ୍‌ ଖର୍ଚ୍ଚରେ ଉତ୍ପାଦନ କରିବାକୁ ନାଲ୍‌କୋ ସକ୍ଷମ ହୋଇଛି। ଏହି ଅଭିବୃଦ୍ଧି ତଥା ସଫଳତା ଲାଗି ରହିଥିବା ଯୋଗଦାନ ଲାଗି ନାଲ୍‌କୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦଙ୍କୁ ପତ୍ରିକା ପକ୍ଷରୁ ରୋଲ୍‌ ଅଫ୍‌ ଅନର ପ୍ରଦାନ କରାଯାଇଛି।

Share