ନାଲ୍‌କୋରେ ଫୁଲ, ଫଳ ପ୍ରଦର୍ଶନୀ

ବଅଁରପାଳ,୩୦।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲକୋ ନଗରରେ ଗୁରୁବାର ସକାଳେ ଫୁଲ,ଫଳ ଓ ପନିପରିବା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଛି। ଡିଏଫ୍‌ଓ କାର୍ତ୍ତିକ ଭି ଯୋଗ ଦେଇ ଏହି ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ନାଲକୋ ଇଡି ମନସା ପ୍ରସାଦ ମିଶ୍ର, ମାନବ ସମ୍ବଳ ମହାପ୍ରବନ୍ଧକ ଏସ୍‌ଏନ ସାହୁ, ସ୍ମେଲଟର ମହାପ୍ରବନ୍ଧକ ମୃତ୍ୟୁଞ୍ଜୟ ଦାସ, ସିପିପି ମହାପ୍ରବନ୍ଧକ ଅମ୍ବିକା ପ୍ରସାଦ ପଣ୍ଡା, ଉଦ୍ୟାନ ବିଭାଗର ମୁଖ୍ୟ ଶୁଭେନ୍ଦୁ ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ଫୁଲ, ଫଳ, ପନିପରିବା ବଗିଚା ରଙ୍ଗୋଲି ଆଦି ପ୍ରଦର୍ଶିତ ହୋଇଥିଲା ଏଥିରେ ୨୦୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଉଦ୍ୟାନ ବିଭାଗ ପକ୍ଷରୁ ଏହି ପ୍ରଦର୍ଶନୀ ଆୟୋଜନ କରାଯାଇଛି।

Share