
ଅନୁଗୋଳ ଅଫିସ,୩ା୬: ନାଲ୍କୋ ଓ ବଅଁରପାଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ସୋମବାର ସାବିତ୍ରୀ ଓଷା ପାଳିତ ହୋଇଛି। ଏଥିପାଇଁ ସକାଳୁ ନାଲ୍କୋର ଜଗନ୍ନାଥ ମନ୍ଦିରରେ ମହିଳାମାନଙ୍କ ପ୍ରବଳ ଭିଡ଼ ଜମିଥିଲା। ମହିଳାମାନେ ଲମ୍ବା ଧାଡ଼ିରେ ଆସି ଲଷ୍ମୀ ନାରାୟଣଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ବାମୀଙ୍କ ଦୀର୍ଘାୟୁ କାମନା କରି ପୂଜାର୍ଚ୍ଚନା କରିଥିଲେ। ଏହି ଅବସରରେ ମନ୍ଦିରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।