Categories: ବାଣିଜ୍ୟ

ନାଲ୍‌କୋ ଅଧ୍ୟକ୍ଷ ହେଲେ ଶ୍ରୀଧର ପାତ୍ର

ଭୁବନେଶ୍ୱର,୧୭-୧୨: ରାଷ୍ଟ୍ରାୟତ୍ତ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ(ନାଲ୍‌କୋ)ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଭାବେ ଶ୍ରୀଧର ପାତ୍ର ନିୟୁକ୍ତ ହୋଇଛନ୍ତି। କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଏ ନେଇ ସୋମବାର ଏକ ଅର୍ଡର ଜାରି ହୋଇଛି। ପାତ୍ର ବର୍ତ୍ତମାନ ନାଲ୍‌କୋର ବିତ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କର ବିଭିନ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକରେ ୩୦ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିଛି। ସେ ଟିଏଚ୍‌ଡିସି ଇଣ୍ଡିଆ ଲିମିଟେଡରେ ବିତ୍ତ ନିର୍ଦ୍ଦେଶକ ଭାବେ କାର୍ଯ୍ୟକରିଛନ୍ତି। ଏହାସହ ଓଡିଶା ମାଇନିଂ କର୍ପୋରେଶନ(ଓଏମ୍‌ସି) ଲିମିଟେଡ, ଇଣ୍ଡିଆନ ରେୟାର ଆର୍ଥସ ଲିମିଟେଡ, ଓଏନ୍‌ଜିସିର ସହାୟକ କମ୍ପାନୀ ମାଙ୍ଗାଲୋର ରିଫାଇନେରୀ ଆଣ୍ଡ ପେଟ୍ରୋକେମିକାଲ୍ସ ଲିମିଟେଡ ଭଳି କମ୍ପାନୀରେ କାର୍ଯ୍ୟ ଅଭିଜ୍ଞତା ରହିଛି। ସେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ବାଣିଜ୍ୟରେ ସ୍ନାତକ, ବିଦ୍ୟାସାଗର ୟୁନିଭର୍ସିଟିରୁ ଏମ୍‌ବିଏ ଡିଗ୍ରୀ ହାସଲ କରିଛନ୍ତି। ଏହାବାଦ ସେ ଇନଷ୍ଟିଚ୍ୟୁଟ ଅଫ୍‌ ଚାର୍ଟର୍ଡ ଆକାଉଣ୍ଟାସ ଅଫ୍‌ ଇଣ୍ଡିଆର ସଦସ୍ୟ ମଧ୍ୟ ଅଛନ୍ତି।

Share