ବଅଁରପାଳ, ୨୩ା୪(ଡି.ଏନ.ଏ.) କରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ନାଲ୍କୋ ପକ୍ଷରୁ ୫୦ ହଜାର ମାସ୍କ ପ୍ରସ୍ତୁତ କରାଯାଇ ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଏଥିସହ ପାରିପାର୍ଶ୍ୱିକ ଗ୍ରାମଗୁଡିକରେ ଲୋକଙ୍କୁ ସଚେତନ କରାଯାଉଛି। ବାହାରେ ବୁଲାବୁଲି ନ କରିବା, ସାମାଜିକ ଦୂରତା ରକ୍ଷା କରିବା, ପରିଷ୍କାର ପରିଚ୍ଛନ୍ନ ରହିବାକୁ ଗ୍ରାମବାସୀଙ୍କୁ ପରାମର୍ଶ ଦିଆଯାଉଥିବା ନାଲ୍କୋ ପ୍ରଶାସନିକ ବିଭାଗର ଏଜିଏମ ରାଜାରାମ ମିଶ୍ର ସୂଚନା ଦେଇଛନ୍ତି।