Advertisement
Categories: ବାଣିଜ୍ୟ

ନାଲ୍‌କୋ ପକ୍ଷରୁ ଆମ୍ବେଡକର ଜୟନ୍ତୀ

ଭୁବନେଶ୍ୱର,୧୮-୪: ରାଷ୍ଟ୍ରାୟତ୍ତ ନାଲ୍‌କୋ ପକ୍ଷରୁ ସ୍ଥାନୀୟ ନାଲ୍‌କୋ ନଗରଠାରେ ଭାରତ ରତ୍ନ ବାବା ସାହେବ ବି.ଆର. ଆମ୍ବେଡ୍‌କରଙ୍କ ୧୨୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ନାଲ୍‌କୋ ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଏହି ଅବସରରେ ଆମ୍ବେଡକରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଦେଶ ଗଠନରେ ଆମ୍ବେଡ୍‌କରଙ୍କ ଯୋଗଦାନ ତଥା ଭୂମିକା ଉପରେ ଚାନ୍ଦ ଏଠାରେ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା। ସେହିଭଳି ସାମାଜିକ ଅନଗ୍ରସର ଶିଶୁଙ୍କୁ ସ୍ବଚ୍ଛତା କିଟ୍‌ ପ୍ରଦାନ କରାଯାଇଥିଲା। ଏଥିରେ ନାଲ୍‌କୋର ବରିଷ୍ଠ ନିର୍ଦ୍ଦେଶକ, କର୍ମଚାରୀ, ନାଲ୍‌କୋ ଏସ୍‌ଟିଏସ୍‌ସି ଓ୍ବେଲଫେୟାର ସଂଘ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share