Categories: ବାଣିଜ୍ୟ

ନାଲ୍‌କୋ ପକ୍ଷରୁ ବିଶ୍ୱ ପରିବେଶ ଦିବସ

ଭୁବନେଶ୍ୱର,୭-୬: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ (ନାଲକୋ) ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି। ଏହି ଅବସରରେ କମ୍ପାନୀ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଏହାର କର୍ପୋରେଟ ଅଫିସ ପରିସରରୁ ଆରମ୍ଭ ହୋଇଛି। କମ୍ପାନୀର ଅଧ୍ୟକ୍ଷ ତପନ କୁମାର ଚାନ୍ଦ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏଥିରେ କମ୍ପାନୀର ନିର୍ଦ୍ଦେଶକ ଏବଂ ବରିଷ୍ଠ ନିର୍ବାହୀ ଏବଂ କର୍ମଚାରୀମାନେ ଯୋଗ ଦେଇଥିଲେ।

Share