Categories: ଅନୁଗୋଳ

ନାଲ୍‌କୋ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଟପ୍ପର ହେଲେ ଶୁଭମ୍‌ ଦାସ

ବଅଁରପାଳ,୨୧।୫(ଡି.ଏନ୍‌.ଏ.): ଚଳିତ ବର୍ଷର ମ୍ୟାଟ୍ରିକ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଅନୁଗୋଳ ଜିଲା ନାଲ୍‌କୋ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛତ୍ରୀଛାତ୍ର ସଫଳତା ହାସଲ କରିଛନ୍ତି। ମୋଟ ୨୨୫ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୧୪ ପାସ କରିଛନ୍ତି। ତେବେ ୧୫ ଜଣ ୯୦ ପ୍ରତିଶତରୁ ଊର୍ଦ୍ଧ୍ୱ ମାର୍କ ରଖିଥିବା ବେଳେ ୨୮ ଜଣ ୮୦ ପ୍ରତିଶତ ମାର୍କ ରଖିଛନ୍ତି । ସ୍କୁଲର ଶୁଭମ ଦାସ ସର୍ବାଧିକ ୫୬୯ ନମ୍ବର ରଖି ସ୍କୁଲ ଟପ୍ପର ହୋଇଛନ୍ତି। ଭବିଷ୍ୟତରେ ସେ ଜଣେ ଆଇଏଏସ୍‌ ହେବାକୁ ଆଶା ରଖିଛନ୍ତି।