Categories: ଜାତୀୟ

ନାଳନ୍ଦା ମେଡିକାଲ କଲେଜ ଓ୍ବାର୍ଡରେ ଆଣ୍ଠୁଏ ପାଣି

ପାଟନା,୨୯।୯: ବିହାରରେ ପ୍ରବଳ ବର୍ଷାଯୋଗୁ ସାଧାରଣ ଜୀବନ ଯାତ୍ରା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶୁକ୍ରବାରଠାରୁ ଲଗାତାର ବର୍ଷା ଲାଗି ରହିଛି। ଫଳରେ ଏଠାରେ ଥିବା ନାଳନ୍ଦା ମେଡିକାଲ କଲେଜ ଓ୍ବାର୍ଡରେ ଆଣ୍ଠୁଏ ଉପରକୁ ପାଣି ଭର୍ତ୍ତି ହୋଇ ରହିଛି। ଏହି ଅଞ୍ଚଳରେ ବିହାରର ମନ୍ତ୍ରୀ, ବିଧାୟକ ଏବଂ ଅଫିସରଙ୍କ ବାସଭବନ ରହିଛି। ରାଜ୍ୟ ଉପମୁଖ୍ୟମନ୍ତ୍ରୀ ସୁଶିଲ ମୋଦିଙ୍କ ଘରେ ମଧ୍ୟ ବନ୍ୟା ଜଳ ପଶିଥିବା କୁହାଯାଉଛି। ହସ୍ପିଟାଲ ପରିସରରେ ବନ୍ୟା ଜଳ ଭରି ରହିଛି। ଏହା ମଧ୍ୟ ଦେଇ ଷ୍ଟ୍ରେଚରରେ ରୋଗୀଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ଫଟୋ ଓ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share